Odisha Link
Bridging the Missing Links in Odisha

ମେ’ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ, ୧୯ ତାରିଖରୁ ଖାତା ଦେଖା ଆରମ୍ଭ

ଓଏଲ୍‌ ବ୍ୟୁରୋ: ଶାନ୍ତି ଶୃଙ୍ଖଳାରେ ସରିଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା। କେଉଁଠୁ ବି ପ୍ରଶ୍ନପତ୍ର ଭାଇରାଲ ହେବାର ଅଭିଯୋଗ ଆସିନାହିଁ। ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ଖାତା ଦେଖା। ମେ’ ମାସ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ସିରିଏଲ ନମ୍ବର ଓ କ୍ୟୁ ଆର୍ କୋଡ ଯୋଗୁଁ ରୋକି ହେଲା ପ୍ରଶ୍ନପତ୍ର ଭାଇରାଲ। ଏଆଇ କ୍ୟାମେରା ଫଳପ୍ରଦ ହୋଇଛି, କେଉଁଠି ବି ବିଶୃଙ୍ଖଳା ହୋଇନି। ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ।

ମାର୍ଚ୍ଚ ୧୯ରୁ ପାଖାପାଖି ୧୩ ଦିନ ଧରି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାର ମୂଲ୍ୟାଙ୍କନ ହେବ। ପରୀକ୍ଷା ଖାତା ମୂଲ୍ୟାଙ୍କନ ସରିବା ପରେ ଦଶମ ରେଜଲ୍ଟ ପ୍ରକାଶ ହେବ। ଚଳିତ ବର୍ଷ ପ୍ରଥମ ଥର ପାଇଁ କପି ରୋକିବାକୁ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ରରେ କ୍ୟୁଆର କୋଡର ବ୍ୟବସ୍ଥା କରାଯାଇଥିଲା। ଏହାଛଡା ପରୀକ୍ଷା କେନ୍ଦ୍ରରେ ଯେମିତି ଅନିୟମିତତା ନହେବ ସେଥିପାଇଁ ଫ୍ଲାଇଂ ସ୍କ୍ୱାଡ୍‌, ସେଣ୍ଟ୍ରାଲ ଅବ୍‌ଜରଭର୍‌ ଓ ଜିଲ୍ଲା ସ୍ତରୀୟ ପର୍ୟ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଥିଲା।

କେଉଁଠୁ ବି ପ୍ରଶ୍ନପତ୍ର ଭାଇରାଲ ହେବାର ଅଭିଯୋଗ ଆସିନାହିଁ। ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ଖାତା ଦେଖା। ମେ’ ମାସ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ସିରିଏଲ ନମ୍ବର ଓ କ୍ୟୁ ଆର୍ କୋଡ ଯୋଗୁଁ ପ୍ରଶ୍ନପତ୍ର ଭାଇରାଲ ରୋକି ହୋଇଛି। ଏଆଇ କ୍ୟାମେରା ଫଳପ୍ରଦ ହୋଇଛି, କେଉଁଠି ବି ବିଶୃଙ୍ଖଳା ହୋଇନି। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।

Leave A Reply

Your email address will not be published.