ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ଠିକଣା, ନୂଆ ବାସଭବନରେ କଲେ ପ୍ରବେଶ

ଓଏଲ୍ ବ୍ୟୁରୋ: ରାଜ୍ୟରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଛନ୍ତି ମୋହନ ଚରଣ ମାଝୀ। ଦାୟିତ୍ବ ନେବା ପରେ ଆରମ୍ଭ କରିଛନ୍ତି ସରକାରୀ କାର୍ଯ୍ୟ। ଏହାରି ଭିତରେ ନୂଆ ବାସଭବନ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୂଆ ବାସଭବନରେ ଗୃହପ୍ରବେଶ କଲେ ମୁଖ୍ୟମନ୍ତ୍ରୀ। ଦିନ ୧୦.୪୭ରେ ଗୃହ ପ୍ରବେଶ କଲେ ମୋହନ ଚରଣ ମାଝୀ। ପୂଜାର୍ଚ୍ଚନା ପରେ ଗୃହ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ। ପୂର୍ବରୁ ଗାନ୍ଧି ମାର୍ଗ କ୍ବାଟରରେ ରହୁଥିଲେ ମୁଖ୍ୟମନ୍ତ୍ରୀ।
ଭୁବନେଶ୍ବର ଏଜି ଅଫିସରୁ ରାଜଭବନ ରାସ୍ତାରେ ଥିବା ବାସଭବନରେ ପୂଜାର୍ଚ୍ଚନା ପରେ ମୁଖ୍ୟମନ୍ତ୍ରୀ ଗୃହ ପ୍ରବେଶ କରିଛନ୍ତି। ପୁରୀରୁ ୧୧ ଜଣ ବ୍ରାହ୍ମଣ ଆସି ଏହି ପୂଜା କରିଥିବା ଜଣାପଡ଼ିଛି। ପ୍ରଥମେ ୨ଟି ଗାଈଙ୍କୁ ପୂଜା କରି ସେମାନଙ୍କୁୂ ଗୃହରେ ପ୍ରବେଶ କରାଯାଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ସପରିବାର ସହିତ ଘରେ ପ୍ରବେଶ କରିଛନ୍ତି। ୨ ମହଲା ବିଶିଷ୍ଟ ମୁଖ୍ୟମନ୍ତ୍ରୀଙ୍କ କ୍ୱାଟର୍ସରେ ଏକାଧିକ ସମ୍ମିଳନୀ କକ୍ଷ ସାଙ୍ଗକୁ ୱାଚ ଟାୱାର ରହିଛି। ଘର ଆଗରେ ବଡ଼ ବଗିଚା ରହିଛି। ୮ ମାସ ଧରି ମୁଖ୍ୟମନ୍ତ୍ରୀ କ୍ୱାଟର୍ସର ମରାମତି ଚାଲିଥିଲା।
ଦୀର୍ଘ ୨୬ ବର୍ଷ ହେବ କ୍ୱାଟର୍ସରେ ଅବ୍ୟବହୃତ ହୋଇ ପଡ଼ି ରହିଥିଲା। ଗତ ୨୪ ବର୍ଷ ହେଲା ସରକାରୀ ବାସଭବନରେ ମୁଖ୍ୟମନ୍ତ୍ରୀଙ୍କ ପାଦ ପଡ଼ିନଥିଲା। କାରଣ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏରୋଡ୍ରମ ଫିଲ୍ଡ ଏରିଆରେ ଥିବା ନିଜ ବ୍ୟକ୍ତିଗତ ବାସଭବନ ‘ନବୀନ ନିବାସ’ରେ ପୁରା କାର୍ଯ୍ୟକାଳ ରହିଥିଲେ। ସରକାରୀ ବାସଭବନକୁ ଅଭିଯୋଗ ପ୍ରକୋଷ୍ଠ ଭାବେ ବ୍ୟବହାର କରାଯାଇ ଆସୁଥିଲା।