Odisha Link
Bridging the Missing Links in Odisha

ଆସନ୍ତାକାଲି ଉନ୍ମୋଚନ ହେବ ‘ନିର୍ବାଚନ ୨୦୨୪: ଓଡ଼ିଶା ରାଜନୀତିର କଡ଼ ଲେଉଟାଣି’

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପେନ୍‌ ଇନ୍‌ ବୁକ୍ସ’ ପକ୍ଷରୁ ଚୌଧୁରୀ ଅମିତାଭ ଦାସଙ୍କ ରଚିତ ପୁସ୍ତକ ନିର୍ବାଚନ ୨୦୨୪: ଓଡ଼ିଶା ରାଜନୀତିର କଡ଼ ଲେଉଟାଣି ଉନ୍ମୋଚନ ହେବ। ୭ ମାର୍ଚ୍ଚ ୨୦୨୫ ଶୁକ୍ରବାର ଅପରାହ୍ଣ ୩ଟା ୩୦ ସମୟରେ ଭୁବନେଶ୍ବର ସ୍ଥିତ ଜୟଦେବ ଭବନରେ ଭବ୍ୟ କାର୍ଯ୍ୟକ୍ରମରେ ପୁସ୍ତକ ପର୍ବ ପାଳିତ ହେବ । ଏହି ସମାରୋହରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ ।

ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ, ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ, ସମ୍ବାଦ ସଂପାଦକ ତନୟା ପଟ୍ଟନାୟକ ଏବଂ ପେନ୍‌ ଇନ୍‌ ବୁକ୍ସର ନିର୍ଦ୍ଦେଶକ ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ମଞ୍ଚାସୀନ ହେବେ। ୨୦୨୪ ସାଧାରଣ ନିର୍ବାଚନ ଓ ଓଡ଼ିଶାରେ ରାଜନୈତିକ ପରିବର୍ତ୍ତନକୁ ନେଇ ଲେଖକ ଓ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ ନିର୍ବାଚନ ୨୦୨୪: ଓଡ଼ିଶା ରାଜନୀତିର କଡ଼ ଲେଉଟାଣି ରଚନା କରିଛନ୍ତି।

Leave A Reply

Your email address will not be published.