ଧାରଣାରେ କଂଗ୍ରେସ ସଦସ୍ୟ, ଗୃହକୁ ଫେରାଇ ଆଣିବାକୁ ଶାସକ ଦଳର ଉଦ୍ୟମ

ଓଏଲ୍ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହା ଏପ୍ରିଲ ୫ତାରିଖ ପର୍ଯ୍ୟନ୍ତ ଚାଲିବ। ହେଲେ ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଠାରୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଅଧିକ ଚର୍ଚ୍ଚାରେ ରହିଛି। ଗୃହରେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ହାତାହାତି ହୋଇଛନ୍ତି। ମଙ୍ଗଳବାର ବିଧାନସଭା ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଛନ୍ତି। ଏନେଇ ତାରାଙ୍କୁ ୭ ଦିନ ପାଇଁ ଗୃହରୁ ନିଲମ୍ବନ କରାଯାଇଛି। ବିଶୃଙ୍ଖଳିତ ଆଚରଣ ପାଇଁ ସସ୍ପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ।
ଅନ୍ୟପଟେ, ତାରାଙ୍କ ନିଲମ୍ବନ ନ ହଟିଲା ପର୍ଯ୍ୟନ୍ତ ବିଧାନସଭାକୁ ବୟକଟ କରିଛି କଂଗ୍ରେସ। ତେବେ କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଗତକାଲି ୭ ଦିନ ପାଇଁ ନିଲମ୍ବନ କରିଛନ୍ତି ବାଚସ୍ପତି। ଯାହାର ବିରୋଧ କରି ନ୍ୟାୟ ପାଇଁ ଗାନ୍ଧୀ ମୂର୍ତ୍ତୀ ତଳେ ଶାନ୍ତିପୂର୍ଣ୍ଣ ଭାବରେ କଂଗ୍ରେସ ବିଧାୟକମାନେ ଧାରଣାରେ ବସିଛନ୍ତି। ଗୃହ ବୟକଟ କରିଥିବା କଂଗ୍ରେସ ସଦସ୍ୟଙ୍କୁ ବୁଝାସୁଝା କରୁଛନ୍ତି ଶାସକଦଳ। ଧାରଣାରତ କଂଗ୍ରେସ ସଦସ୍ୟଙ୍କୁ ଶାସକ ଦଳର ବୁଝାସୁଝା। ଗୃହକୁ ଫେରାଇ ଆଣିବାକୁ ଶାସକ ଦଳ ଉଦ୍ୟମ କରିଛି। ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ସହ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବୁଝାସୁଝା କରୁଛନ୍ତି।