Odisha Link
Bridging the Missing Links in Odisha

୩୭ ଟପିଲା ଝାରସୁଗୁଡ଼ା ତାପମାତ୍ରା, ୮ ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଥିବାବେଳେ ଆସନ୍ତା ୨ ଦିନ ଅସମ୍ଭାଳ ତାତି ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ଦିନ ସାଢ଼େ ୧୧ରେ ୩୭ ଟପିଲା ଝାରସୁଗୁଡ଼ା ତାପମାତ୍ରା। ସାଢ଼େ ୧୧ ସୁଦ୍ଧା ଝାରସୁଗୁଡ଼ା ୩୭.୨ ଡିଗ୍ରୀ ଛୁଇଁଛି। ଗତକାଲି ଏହି ସମୟରେ ଝାରସୁଗୁଡ଼ା ତାପମାତ୍ରା ୩୩.୬ ଡିଗ୍ରୀ ଥିଲା। ତେବେ ଆଗାମୀ ୩ ଦିନ ଧରି ତାତିବ ଆଭ୍ୟନ୍ତରୀଣ ଓଡ଼ିଶା। ୮ ଜିଲ୍ଲାକୁ ହିଟୱେଭ୍‌ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଅନୁଗୁଳ, ବୌଦ୍ଧ, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୋନପୁର ଓ ସମ୍ବଲପୁରକୁ ହିଟୱେଭ୍‌ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

Leave A Reply

Your email address will not be published.