Odisha Link
Bridging the Missing Links in Odisha

ବିଧାନସଭାରେ ପ୍ରଶ୍ନକାଳ: ମତ୍ସ୍ୟଜୀବୀଙ୍କ କଲ୍ୟାଣ ନେଇ ବଡ଼ ସୂଚନା ଦେଲେ ମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହା ଏପ୍ରିଲ ୫ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ପ୍ରଶ୍ନକାଳ ଜାରି ରହିଛି। ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ମତ୍ସ୍ୟ ସମ୍ପଦ ଉପରେ ବିସ୍ତୃତ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ। ମତ୍ସ୍ୟଜୀବୀଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ମତ୍ସ୍ୟ କଲ୍ୟାଣ ଯୋଜନା ହୋଇଛି। ମତ୍ସ୍ୟଜୀବୀଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବାକୁ ସରକାର ଗୁରୁତ୍ଵ ଦେଇଛନ୍ତି। ମତ୍ସ୍ୟ ସମ୍ପଦ ବିଭାଗକୁ ଅଧିକ କ୍ରିୟାଶୀଳ କରିବାକୁ ପ୍ରୟାସ କରାଯାଉଛି। ମାଛ ଉତ୍ପାଦନରେ ଏବେ ଓଡ଼ିଶା ୪ ନମ୍ବରରେ ଅଛି ଆଗକୁ ଶିଖର ଛୁଇଁବ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି।

Leave A Reply

Your email address will not be published.