Odisha Link
Bridging the Missing Links in Odisha

ଜବରଦଖଲରେ ଅଛି ୨୦ ହଜାର ଏକର ଅନାବାଦୀ ଜମି, ମନ୍ତ୍ରୀ ରଖିଲେ ତଥ୍ୟ..

ଓଏଲ୍‌ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରଶ୍ନକାଳରେ ରାଜ୍ୟରେ ୨୦ ହଜାର ୪୩୫ ଏକର ଅନାବାଦୀ ଜମି ଜବର ଦଖଲରେ ରହିଛି ବୋଲି ବିଧାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ଉତ୍ତର ରଖିଛନ୍ତି। ତନ୍ମଧ୍ୟରୁ ଯାଜପୁର ଜିଲ୍ଲାରେ ସର୍ବାଧିକ ୭୧୬୦ ଅନାବାଦୀ ଜମି ଜବର ଦଖଲରେ ଅଛି। ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୃହରେ ଉପରୋକ୍ତ ଉତ୍ତର ରଖିଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ସମ୍ବଲପୁରରେ ୪୪୦୩ ଏକର ଅନାବାଦୀ ଜମି ଜବର ଦଖଲରେ ଥିବାବେଳେ ମୟୁରଭଞ୍ଜରେ ୨୨୨୪ ଏକର ଅନାବାଦୀ ଜମି ଜବର ଦଖଲରେ ଅଛି। ସେହିପରି ୪ ହଜାର ୯୧୮ ଏକର ଗୋଚର ଜମି ଜବର ଦଖଲରେ ଥିବା ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.