ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଦୁର୍ନୀତି ମାମଲା: ରାଜା ଚକ୍ରକୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଓଏଲ୍ ବ୍ୟୁରୋ: ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କ ପାଇଁ ଅଡ଼ୁଆ ବଢ଼ିଛି। ଆଗୁଆ ଜାମିନ ଆବେଦନକୁ ଉଚ୍ଚ ନ୍ୟାୟାଳୟ ବୁଧବାର ଖାରଜ କରିଥିବାବେଳେ ଗିରଫ ହୋଇଛନ୍ତି ବିଜେଡି ନେତା ରାଜା ଚକ୍ର। ଏନେଇ ସାମ୍ବାଦିକ ସମ୍ମିଳନୀ କରି କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି। ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି ମାମଲାରେ ରାଜା ଚକ୍ରକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ପାରିପାର୍ଶ୍ବିକ ଉନ୍ନତିରେ ବଡ଼ ଦୁର୍ନୀତି ହୋଇଛି। ୩୪ କୋଟି ଟଙ୍କା ହଡ଼ପ ହୋଇଛି। ଆୟକର ଆଇନ ଓ ଶ୍ରମ ଆଇନରେ ହୋଇଛି ଉଲ୍ଲଂଘନ। ୩୩ କୋଟି ଟଙ୍କା ଗାଁ ଲୋକଙ୍କୁ ବଣ୍ଟା ହୋଇଥିବା ସୂଚନା ରହିଛି।
ଅନ୍ୟପଟେ, ରାଜାଙ୍କ ସମେତ ତାଙ୍କ ୪ ସହଯୋଗୀଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଛି। ମଙ୍ଗଳବାର ମାମଲାର ଶୁଣାଣି ସରିଥିବା ବେଳେ ରାୟ ସଂରକ୍ଷିତ ରହିଥିଲା। ରାଜାଙ୍କ ଅନ୍ତରୀଣ ଜାମିନ ଅବଧି ଗତ ୧୧ ତାରିଖରେ ସରିଛି। ତାଙ୍କୁ ଗିରଫ କରିବା ପାଇଁ ପ୍ରତିବନ୍ଧକ ଉଠିଛି। ରାଜାଙ୍କୁ ଇଓଡବ୍ଲ୍ୟୁ ପଚରାଉଚରା କରିସାରିଛି। ତାଙ୍କ ବିରୋଧରେ ତଦନ୍ତକାରୀ ସଂସ୍ଥା ହାତରେ ତଥ୍ୟ ପ୍ରମାଣ ରହିଛି। ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ରାଜାଙ୍କୁ ଏବେ ଗିରଫ ଭୟ ଘାରିଥିଲା।