Odisha Link
Bridging the Missing Links in Odisha

ଓଡ଼ିଶାକୁ ବାଂଲାଦେଶୀ ଚିନ୍ତା, ଅନୁପ୍ରବେଶକାରୀ ଚିହ୍ନଟ ନେଇ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର..

ଓଏଲ୍‌ ବ୍ୟୁରୋ: ଭାରତର ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶର ସ୍ଥିତି ଅଣାୟତ୍ତ ହେଉଥିବାବେଳେ ହିଂସା ଯୋଗୁଁ ବାଂଲାଦେଶ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ଏସବୁ ଭିତରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୩୭୩୮ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ବିଭିନ୍ନ ଜିଲ୍ଲାରେ ବସବାସ କରୁଥିବା ତଥ୍ୟ ସାମ୍ନାକୁ ଆସିଛି। ମୁଖ୍ୟତଃ ଅନୁପ୍ରବେଶକାରୀମାନେ ବିଭିନ୍ନ ଜଳପଥ ଦେଇ ଓଡିଶା ମଧ୍ୟକୁ ପ୍ରବେଶ କରିଥାନ୍ତି।

ସେମାନଙ୍କୁ ଚିହ୍ନଟ କରିବା ପାଇଁ ଓଡିଶା ସରକାର ପ୍ରତି ଜିଲ୍ଲାରେ ତହସିଲ, ବ୍ଲକ ଏବଂ ପୁଲିସ କର୍ମଚାରୀଙ୍କୁ ନେଇ ଏକ କମିଟି ଗଠନକରି ଓଡିଶାରେ ବେଆଇନ ଭାବେ ବସବାସ କରୁଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟକରିବା ସ‌ହିତ ସେମାନଙ୍କୁ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖିଛନ୍ତି।

ଅନ୍ୟପଟେ, ନିଜ ଦେଶ ଛାଡ଼ି ଜଳପଥରେ ବେଆଇନ୍‌‌ ଭାବେ ଓଡ଼ିଶାରେ ପ୍ରବେଶ କରିବା ସହ ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠି ସବୁଦିନିଆ ବାସିନ୍ଦା ହୋଇ ବସତି ସ୍ଥାପନ କଲେଣି ବାଂଲାଦେଶ ଅନୁପ୍ରବେଶକାରୀ। ଏମାନଙ୍କ ଉପସ୍ଥିତିକୁ ନେଇ ରାଜ୍ୟ ପୁଲିସ ଓ ପ୍ରଶାସନ ଏବେ ଚିନ୍ତାରେ ପଡ଼ିଛି। କାରଣ, ଓଡ଼ିଶାରେ ପ୍ରବେଶ କରିବା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏମାନେ ନାନା ପ୍ରକାରର ଅପରାଧରେ ଜଡ଼ିତ ରହୁଛନ୍ତି।

ଗତ କିଛି ବର୍ଷ ହେବ ନିଶା କାରବାର ଠାରୁ ଆରମ୍ଭ କରି ଦେହ ବେପାର, ଜାଲନୋଟ୍‌‌ କାରବାର ଏବଂ ଏଟିଏମ୍‌‌ ଲୁଟ୍‌‌ ପର୍ଯ୍ୟନ୍ତ ରାଜ୍ୟରେ ଘଟିଥିବା ଏକାଧିକ ଅପରାଧରେ ଏମାନଙ୍କ ସମ୍ପୃକ୍ତିର ପ୍ରମାଣ ମିଳିଛି। ସବୁଠାରୁ ବଡ଼କଥା ହେଲା, କିଛିଦିନ ରହିଗଲା ପରେ ଏମାନେ ଓଡ଼ିଶାର ବୋଲି ପରିଚୟପତ୍ର କରି ନେଉଛନ୍ତି। କିନ୍ତୁ ଅଧିକାଂଶ ବାଂଲାଦେଶୀ ନକଲି ପରିଚୟପତ୍ର କରି ରାଜ୍ୟକୁ ପଶୁଛନ୍ତି।

Leave A Reply

Your email address will not be published.