Odisha Link
Bridging the Missing Links in Odisha

ଆଜି ରମାକାନ୍ତ ରଥଙ୍କ ଶେଷକୃତ୍ୟ, ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଓଡ଼ିଆ ସାହିତ୍ୟର ଯୁଗ ପୁରୁଷ, ବିଶିଷ୍ଟ ସାହିତ୍ୟିକ ତଥା କବି ପଦ୍ମଭୂଷଣ ଡକ୍ଟର ରମାକାନ୍ତ ରଥଙ୍କ ଆଜି ହେବ ଅନ୍ତିମ ସଂସ୍କାର। ପୁରୀ ସ୍ଵର୍ଗଦ୍ଵାରରେ ସମ୍ପନ୍ନ ହେବ ଶେଷକୃତ୍ୟ। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସମ୍ପନ୍ନ ହେବ। ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଶିଷ୍ଟ କବି ରମାକାନ୍ତ ରଥଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ। ଦିଲ୍ଲୀରୁ ଫେରିବା ପରେ ରମାକାନ୍ତ ରଥଙ୍କ ଶେଷ ଦର୍ଶନ କରିଛନ୍ତି।

ଗତକାଲି ସାହିତ୍ୟିକ ପଦ୍ମଭୂଷଣ ରମାକାନ୍ତ ରଥଙ୍କ ୯୧ ବର୍ଷ ବୟସରେ ପରଲୋକ ଘଟିଥିଲା। ତାଙ୍କ ବିୟୋଗରେ ସାରା ସାହିତ୍ୟ ଜଗତରେ ଖେଳିଯାଇଛି ଶୋକ। ଓଡ଼ିଆ ସାହିତ୍ୟ ଜଗତର ଅପୂରଣୀୟ କ୍ଷତି ହୋଇଛି ବୋଲି କହିଛନ୍ତି ପ୍ରମୁଖ ବ୍ୟକ୍ତି ବିଶେଷ। କବି ରମାକାନ୍ତ ରଥ କେନ୍ଦ୍ର ସାହିତ୍ୟ ଏକେଡେମୀ ପୁରସ୍କାର, ଶାରଳା ପୁରସ୍କାର, ସାହିତ୍ୟ ଭାରତୀ, ଅତିବଡ଼ି ଜଗନ୍ନାଥ, ବିଷୁବ ପୁରସ୍କାର ସମ୍ମାନ ପାଇଛନ୍ତି।

Leave A Reply

Your email address will not be published.