Odisha Link
Bridging the Missing Links in Odisha

ଚିନ୍ତା ବଢ଼ାଇଛି ବନାଗ୍ନି, ବଡ଼ ସୂଚନା ଦେଲେ ପିସିସିଏଫ୍‌..

ଓଏଲ୍‌ ବ୍ୟୁରୋ: ବଢୁଛି ତାପମାତ୍ରା। ଏବେ ଚିନ୍ତା ବଢ଼ାଇଛି ବନାଗ୍ନି। ଖରାଦିନ ଆରମ୍ଭରୁ ଏବେ ଓଡ଼ିଶାର ଅଧା ଜଙ୍ଗଲ ଜଳୁଛି। ଚଳିତବର୍ଷ ଜାନୁଆରୀ ୧ରୁ ଫେବୃଆରୀ ୨୮ ମଧ୍ୟରେ ୩,୧୦୭ଟି ସ୍ଥାନରେ ନିଆଁ ଲାଗିଥିଲା। ତେବେ ଚଳିତ ମାସର ମାତ୍ର ୧୩ଦିନରେ ୧୦,୦୫୬ଟି ସ୍ଥାନରେ ନିଆଁ ଲାଗିଥିବାବେଳେ କେବଳ ଦିନକରେ ଅର୍ଥାତ୍‌ ମାର୍ଚ୍ଚ ୧୩ ଗୁରୁବାରରେ ରାଜ୍ୟର ବିଭିନ୍ନ ଜଙ୍ଗଲର ୧୨୮୨ଟି ସ୍ଥାନରେ ନିଆଁ ଲାଗିଥିବା ସୂଚନା ମିଳିଛି।

ଜଙ୍ଗଲ ନିଆଁ ନିୟନ୍ତ୍ରଣ ନେଇ ପିସିସିଏଫ୍‌ ବଡ ସୂଚନା ଦେଇଛନ୍ତି। ପିସିସିଏଫ୍‌ କହିଛନ୍ତି, ଜଙ୍ଗଲ ନିଆଁ ଲିଭାଇବାରେ ୯୯.୯୯% ସଫଳ ହେଉଛି ବନ ବିଭାଗ। ପ୍ରଥମ ରାଜ୍ୟ ଭାବେ OFMS ଫରେଷ୍ଟ ଫାୟର ଆପ୍ଲିକେସନ ବ୍ୟବହାର କରାଯାଉଛି। ତତ୍କାଳ ତଥ୍ୟ ପାଇଁ ଶିମିଳିପାଳରେ ୫ଟି AI କ୍ୟାମେରା ଲାଗିଛି। ଚଳିତ ବର୍ଷ ୧୫,୭୨୩ କିମି ନୂଆ ଫାୟର ଲାଇନ୍‌ ସୃଷ୍ଟି ହୋଇଛି। ଅଧିକ ନିଆଁ ଲାଗିଲେ ଗୃହ ବିଭାଗ ଜରିଆରେ ଓଡ୍ରାଫ୍‌ ସହାୟତା ନେବୁ ବୋଲି ପିସିସିଏଫ୍‌ କହିଛନ୍ତି।

Leave A Reply

Your email address will not be published.