Odisha Link
Bridging the Missing Links in Odisha

ବ୍ୟାଙ୍କ କାମ ଥିଲେ ଶୀଘ୍ର ସାରନ୍ତୁ, ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ ଡାକରା

ଓଏଲ୍‌ ବ୍ୟୁରୋ: ବ୍ୟାଙ୍କରେ କାମ ଥିଲେ ଶୀଘ୍ର ସାରନ୍ତୁ। କାରଣ ମାର୍ଚ୍ଚ ୨୪ ଓ ୨୫ ତାରିଖରେ ଧର୍ମଘଟ ଡାକରା ଦେଇଛି ବ୍ୟାଙ୍କ କର୍ମଚାରୀ ସଂଘ। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। ମାର୍ଚ୍ଚ ୨୨ ଓ ୨୩ ତାରିଖ ଯଥାକ୍ରମେ ଶନିବାର ଓ ରବିବାର ପଡ଼ୁଛି। ଏହାପରେ ଦୁଇଦିନ ଆନ୍ଦୋଳନ ଡାକରା ଦେଇଛନ୍ତି ବ୍ୟାଙ୍କ୍‌ କର୍ମଚାରୀ। ଏହିଭଳି ଭାବରେ ମୋଟ ୪ ଦିନ ବ୍ୟାଙ୍କ୍‌ ବନ୍ଦ ରହିବ।

ମୋଟ ୯ଟି ଦାବି ନେଇ ଏହି ଧର୍ମଘଟ କରିବ ୟୁନାଇଟେଡ ଫୋରମ ଅଫ୍‌ ବ୍ୟାଙ୍କ ୟୁନିଅନ୍ସ। ବ୍ୟାଙ୍କିଂ କ୍ଷେତ୍ରରେ ୫ ଦିନର କାର୍ଯ୍ୟ ସପ୍ତାହ ପାଇଁ ଦାବି କରାଯାଇଛି। ସମସ୍ତ କ୍ୟାଡରରେ ପର୍ଯ୍ୟାପ୍ତ ନିଯୁକ୍ତି, ଅସ୍ଥାୟୀ କର୍ମଚାରୀଙ୍କ ନିଯୁକ୍ତିକୁ ନିୟମିତ କରିବାକୁ ଦାବି କରାଯାଇଛି। ତେବେ ଏହା ପୂର୍ବରୁ ବ୍ୟାଙ୍କରେ ଜରୁରୀ କାମ ଥିଲେ ଶୀଘ୍ର ସାରିଦେବାକୁ କୁହାଯାଉଛି।

Leave A Reply

Your email address will not be published.