Odisha Link
Bridging the Missing Links in Odisha

ମହାନଦୀ ଜଳବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ! ନୂଆ ବ୍ୟାରେଜ ନିର୍ମାଣ ନେଇ ସୂଚନା ଦେଲେ ମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ଆଜି ପୁଣି ସରଗରମ ହୋଇଛି ବିଧାନସଭା। ଆଜି ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଥିବାବେଳେ ପଞ୍ଚାୟତିରାଜ ମନ୍ତ୍ରୀ ବଡ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ମହାନଦୀ ଅବବାହିକାରେ ୭ଟି ବ୍ୟାରେଜ୍ ନିର୍ମାଣ ହେବ। ପାଣି ଆସିବା ନେଇ ଛତିଶଗଡ଼ ସହ ଆଲୋଚନା ହୋଇଛି। ଛତିଶଗଡ଼ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଉଭୟ ରାଜ୍ୟର କମିଶନର ମଧ୍ୟ ଆଲୋଚନା କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛୁ। ପାନୀୟ ଜଳ ସମ୍ପର୍କିତ ପ୍ରଶ୍ନରେ ପଞ୍ଚାୟତିରାଜ ମନ୍ତ୍ରୀ ଉତ୍ତର ରଖିଛନ୍ତି।

ପାନୀୟ ଜଳ କାମରେ ବିଳମ୍ବ ନେଇ ମନ୍ତ୍ରୀ କଡା ଚେତାବନୀ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ପାନୀୟ ଜଳ କାମରେ ବିଳମ୍ବ ହେଲେ ସଂପୃକ୍ତ ଠିକା ସଂସ୍ଥା ନାଁରେ ଏତଲା ଦିଆଯିବ। ୭ ଦିନ ଭିତରେ କାମ ନକଲେ ବ୍ଲାକ ଲିଷ୍ଟ କରିବୁ। ପାନୀୟ ଜଳ ପ୍ରକଳ୍ପ ଧିମା ହେବାରେ ପୂର୍ବ ସରକାର ଦାୟୀ। ଠିକ ସମୟରେ କାମ ନ କଲେ କମ୍ପାନୀକୁ ବ୍ଲାକ ଲିଷ୍ଟ କରିବୁ। ମାର୍ଚ୍ଚ ସୁଦ୍ଧା ୭୨ ହେବାର ଥିଲା, ୫୨ଟି ସରିଛି। ୨୦୨୫ ସୁଦ୍ଧା ଆଉ ୪୦ଟି କରିବୁ ବୋଲି ରବି ନାଏକ କହିଛନ୍ତି।

Leave A Reply

Your email address will not be published.