Odisha Link
Bridging the Missing Links in Odisha

୩ ଦିନିଆ ରିମାଣ୍ଡରେ ଯିବେ ରାଜାଚକ୍ର, କ୍ରାଇମବ୍ରାଞ୍ଚକୁ ଅନୁମତି ଦେଲେ କୋର୍ଟ

ଓଏଲ୍‌ ବ୍ୟୁରୋ: ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କ ପାଇଁ ଅଡ଼ୁଆ ବଢ଼ିଛି। ଆଗୁଆ ଜାମିନ ଆବେଦନକୁ ଉଚ୍ଚ ନ୍ୟାୟାଳୟ ବୁଧବାର ଖାରଜ କରିଥିବାବେଳେ ଗିରଫ ହୋଇଛନ୍ତି ବିଜେଡି ନେତା ରାଜା ଚକ୍ର। ଏନେଇ ସାମ୍ବାଦିକ ସମ୍ମିଳନୀ କରି କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି।

ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ମାମଲାରେ ରାଜା ଚକ୍ରକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ତେବେ ଗିରଫ ପରେ ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ EOW ଆବେଦନ କରିଥିବାବେଳେ ୩ ଦିନିଆ ରିମାଣ୍ଡ ଅନୁମତି ମିଳିଛି। ୫ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ EOW ଆବେଦନ କରିଥିଲା। ୩ ଦିନିଆ ରିମାଣ୍ଡରେ ନେବାକୁ ବାଲେଶ୍ବର ଓପିଆଇଡି କୋର୍ଟ ଅନୁମତି ଦେଇଛି। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଜେଲ୍‌ରେ ଅଛନ୍ତି ରାଜା। ତେବେ ସମ୍ପୂର୍ଣ୍ଣ ସତ୍ୟାସତ୍ୟ ଜାଣିବା ପାଇଁ ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ EOW ଆବେଦନ କରିଥିଲା।

Leave A Reply

Your email address will not be published.