Odisha Link
Bridging the Missing Links in Odisha

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା: ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବ ଦାସଙ୍କ ପତ୍ନୀ

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ତଦନ୍ତ ପୁଣି ଥରେ ଆରମ୍ଭ ହୋଇଛି। ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବ ଦାସଙ୍କ ପତ୍ନୀ। ଅପରାହ୍ନ ୫ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ। ଇ-ମେଲ୍‌ରେ ମୁଖ୍ୟମନ୍ତ୍ରୀଙ୍କୁ ସମୟ ମାଗିଥିଲେ ନବ ଦାସଙ୍କ ପତ୍ନୀ।

ଅନ୍ୟପଟେ, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଅଧିକାରୀ ତାଙ୍କ ଘରେ ପହଞ୍ଚି ବୟାନ ରେକର୍ଡ କରିଛନ୍ତି। ଗତକାଲି ବିରୋଧୀଙ୍କ ପକ୍ଷରୁ ଗୃହରେ ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଉତ୍ତର ରଖି ଉପରୋକ୍ତ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଲୋଚନା ଶେଷରେ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି ଯେ, ପୂର୍ବ ସରକାରରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ରାଜରାସ୍ତାରେ ଗୁଳି କରି ହତ୍ୟା କରାଯାଇଥିଲା। ତେବେ ପୂର୍ବ ସରକାର ତାଙ୍କୁ ନ୍ୟାୟ ଦେଇପାରିଲେ ନାହିଁ।

ତଦନ୍ତ ପ୍ରକ୍ରିୟାରେ ଅସହମତି ପ୍ରକାଶ କରି ତାଙ୍କ ପରିବାର ଲୋକ ଆମ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଥିବା ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅପରାଧୀଙ୍କୁ ସମୂଳ ଉତ୍ପାଟନ ପାଇଁ ଯାହା ପଦକ୍ଷେପ ଆବଶ୍ୟକ ଆମ ସରକାର ତାହା ଗ୍ରହଣ କରୁଛନ୍ତି। ଆସନ୍ତା ୫ ବର୍ଷ ପରେ ବିରୋଧୀଙ୍କ ପାଖରେ ଅଭିଯୋଗ କରିବାକୁ ଶବ୍ଦ ନଥିବ। ଅପରାଧ ଓ ଅପରାଧୀଙ୍କୁ ଧୂଳିସାତ କରିବାକୁ ପୁଲିସ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.