ପିଲାଙ୍କୁ ସ୍କୁଲ ବସରେ ଛାଡୁଥିଲେ ସାବଧାନ, ବିଧାନସଭାରୁ ଆସିଲା ସାଂଘାତିକ ତଥ୍ୟ..

ଓଏଲ୍ ବ୍ୟୁରୋ: ବିଧାନସଭାରୁ ଆସିଲା ସାଂଘାତିକ ତଥ୍ୟ। ପିଲାଙ୍କୁ ସ୍କୁଲ ବସରେ ଛାଡୁଥିଲେ ସାବଧାନ। ବିପଦ ଶଙ୍କୁଳ ଅବସ୍ଥାରେ ଭୁବନେଶ୍ୱରରେ ଗଡ଼ୁଛି ସ୍କୁଲ ବସ। ବିନା ଫିଟନେସରେ ପିଲାଙ୍କୁ ନେବା ଆଣିବା କରୁଛି ସ୍କୁଲ ବସ। ବିନା ଫିଟନେସରେ ଭୁବନେଶ୍ୱରରେ ଗଡୁଛି ୪୬୦ ଟି ସ୍କୁଲ ବସ। ସର୍ବମୋଟ ଭୁବନେଶ୍ୱରରେ ପଞ୍ଜିକୃତ ହୋଇଛି ୧୪୮୪ ସ୍କୁଲ ବସ।ଭୁବନେଶ୍ୱରରେ ଚଳାଚଳ କରୁଥିବା ୧୪୮୪ଟି ପଞ୍ଜିକୃତ ସ୍କୁଲ ବସ୍ ମଧ୍ୟରୁ ୪୬୦ଟି ବସ୍ ଫିଟନେସ୍ ପ୍ରମାଣପତ୍ର ବିନା ଚଳାଚଳ କରୁଛି। ବିଧାନସଭାରେ ଲିଖିତ ଉତ୍ତର ରଖିଲେ ପରିବହନ ମନ୍ତ୍ରୀ ବିଭୂତି ଜେନା।