କରୋନାରେ ୫୦ ସାମ୍ବାଦିକଙ୍କ ମୃତ୍ୟୁ, ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କଲେ ସରକାର

ଓଏଲ୍ ବ୍ୟୁରୋ: ସାରା ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରି କୋଟି କୋଟି ଲୋକଙ୍କ ପ୍ରାଣ ନେଇଥିଲା। ଅକାଳରେ ଝଡି ଯାଇଥିଲା ଲକ୍ଷ ଲକ୍ଷ ଜୀବନ। ଲକଡାଉନଠୁ ଆରମ୍ଭ କରି ସଟଡାଉନରେ ଥିଲା ସାରା ବିଶ୍ୱ। ଭାରତରେ ମଧ୍ୟ ଏହାର ପ୍ରକୋପ କେତେ ଥିଲା ତାହାର ଭୟ ଏବେ ବି ଯାଇନି ମନରୁ। ଓଡ଼ିଶାରେ ମଧ୍ୟ ଏହାର ଭୟଙ୍କର ପ୍ରଭାବ ଦେଖିବାକୁ ମିଳିଥିଲା। କରୋନା ମହାମାରୀରେ ଅଭିନେତାଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକଙ୍କ ପର୍ଯ୍ୟନ୍ତ ଅନେକ ଲୋକଙ୍କ ପ୍ରାଣ ଯାଇଥିଲା। ରାଜ୍ୟରେ କରୋନା ମହାମାରୀ ୫୦ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିଲା।
ରାଜ୍ୟରେ କରୋନା ମହାମାରୀରେ ୫୦ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ନେଇ ଆଜି ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖିଛନ୍ତି। ଗଞ୍ଜାମରେ ସର୍ବାଧିକ ୧୦ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି, ଖୋର୍ଦ୍ଧା ଏବଂ ଭୁବନେଶ୍ୱରରେ ୮ ଜଣ ଏବଂ ସୁନ୍ଦରଗଡ଼ରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୪୯ ଜଣ ମୃତ ସାମ୍ବାଦିକଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଲିଖିତ ଉତ୍ତରରେ ଗୃହରେ ସୂଚନା ଦେଇଛନ୍ତି।