ପଞ୍ଜୀକରଣ ବିନା ଗଡୁଛି ଲକ୍ଷାଧିକ ଗାଡି, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

ଓଏଲ୍ ବ୍ୟୁରୋ: ଆଜି ପୁଣି ସରଗରମ ହୋଇଛି ବିଧାନସଭା। ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନକାଳ ଜାରି ରହିଥିବାବେଳେ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଶୋକ ପ୍ରସ୍ତାବ ଆଗତ ପରେ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି।
ଆଜି ବି ନାରୀ ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସ ସଦସ୍ୟ ଗୃହରେ ନାରାବାଜି, ହୋହହ୍ଲା କରିଛନ୍ତି। ହଟ୍ଟଗୋଳ ମଧ୍ୟରେ ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିଲା। ଅତ୍ୟଧିକ ହଟ୍ଟଗୋଳ କାରଣରୁ ଶେଷରେ ବାଧ୍ୟ ହୋଇ ବାଚସ୍ପତି ୧୨ଟା ଯାଏଁ ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ। ପରେ ପୁଣି ବିଧାନସଭା କାର୍ଯ୍ୟ ଆରମ୍ଭ ହୋଇଛି।
ଓଡିଶାରେ ୧,୧୯,୫୬,୩୯୬ (ଏକ କୋଟି ୧୯ ଲକ୍ଷ, ୫୬ ହଜାର ୩୯୬) ଗୋଟି ଯାନବାହନ ପଞ୍ଜୀକୃତ ହୋଇଅଛି। ସେଥିମଧ୍ୟରୁ ୮୭,୨୮,୧୬୯ (୮୭ ଲକ୍ଷ ୨୮ ହଜାର ୧୬୯) ଗୋଟି ଗାଡି ବୀମାଭୁକ୍ତ ହୋଇ ନାହିଁ। ଏନେଇ ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ଲିଖିତ ଉତ୍ତର ରଖିଛନ୍ତି।