Odisha Link
Bridging the Missing Links in Odisha

ବାର୍ଦ୍ଧକ୍ୟ ଭତ୍ତା ଅପେକ୍ଷାରେ ୪ ଲକ୍ଷ ଆବେଦନକାରୀ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ଆଜି ପୁଣି ସରଗରମ ହୋଇଛି ବିଧାନସଭା। ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନକାଳ ଜାରି ରହିଥିବାବେଳେ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଏସବୁ ଭିତରେ ସାରଦା ନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖିଛନ୍ତି। ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ଭତ୍ତା ପାଇଁ ଆବେଦନ କରିଛନ୍ତି ୬ ଲକ୍ଷ ୪ ହଜାର ୬୮୮ ଜଣ, ସେମାନଙ୍କ ମଧ୍ୟରୁ ୨୬୯ ଜଣ କୁଷ୍ଠ ରୋଗୀ ଭତ୍ତା ପାଇଁ ଆବେଦନ କରିଛନ୍ତି। ବାର୍ଦ୍ଧକ୍ୟ ଭତ୍ତା ପାଇଁ ୪ ଲକ୍ଷ ୬୪ ହଜାର ୮୪୯ ଜଣ ଆବେଦନ କରିଛନ୍ତି। ବିଧବା ଭତ୍ତା ପାଇଁ ୬୧ ୫୭୯ ଜଣ ଅପେକ୍ଷାରେ ଅଛନ୍ତି।

ଅନ୍ୟପଟେ, ଆଜି ବି ନାରୀ ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସ ସଦସ୍ୟ ଗୃହରେ ନାରାବାଜି, ହୋହହ୍ଲା କରିଛନ୍ତି। ତାରାବାହିନୀ ପତିଙ୍କ ନିଲମ୍ବନ ହଟିଥିବାବେଳେ ଗୃହରେ ପୁଣି ହଟ୍ଟଗୋଳ ଦେଖିବାକୁ ମିଳିଛି। ଗୃହର ମଧ୍ୟ ଭାଗକୁ ଆସି ଘଣ୍ଟ ବଜାଇ ବିରୋଧୀ ବିରୋଧ ପ୍ରଦର୍ଶନ କରିଛନ୍ତି। ଅତ୍ୟଧିକ ହଟ୍ଟଗୋଳ କାରଣରୁ ଶେଷରେ ବାଧ୍ୟ ହୋଇ ବାଚସ୍ପତି ୧୧.୩୦ ଯାଏଁ ଗୃହକୁ ମୁଲତବି ଘୋଷଣା କରିଥିଲେ।

Leave A Reply

Your email address will not be published.