ଅସହ୍ୟ ତାତି ଭିତରେ କୁଆପଥର ବର୍ଷା ସମ୍ଭାବନା, ସତର୍କ କରାଇଲା ପାଣିପାଗ ବିଭାଗ

ଓଏଲ୍ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ଏପରିକି ରାଜ୍ୟର କିଛି ସ୍ଥାନରେ ୪୦ ଡିଗ୍ରୀ ସେଲସିୟସ୍ ଉପରେ ରହୁଛି ତାପମାତ୍ରା। ଏସବୁ ଭିତରେ ତାତିରୁ ଆଶ୍ବସ୍ତି ମିଳିବା ଆଶା କରାଯାଉଛି। କାରଣ ଆସନ୍ତା ୨୪ ଘଣ୍ଟାରେ କୁଆପଥର ବର୍ଷା ନେଇ ସଚେତନ କରାଇଲା ପାଣିପାଗ ବିଭାଗ। ୯ ଜିଲ୍ଲାରେ କୁଆପଥର ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ ୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ୧୧ ଜିଲ୍ଲାକୁ ଝଡ ପବନ ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
ସୂଚନା ଅନୁସାରେ, ଗତକାଲି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ, ବିଶୋଇ, ବାଙ୍ଗିରିପୋଷି, କୁଳିଅଣା ଓ ବାରିପଦା ବ୍ଲକରେ ବର୍ଷା ସହ କୁଆପଥର ମାଡ ହୋଇଛି। କୁଆପଥର ମାଡ଼ରେ ଭାଙ୍ଗିଲା ବସ୍ର କାଚ। ରାଜା ନାମକ ଘରୋଇ ବସ୍ଟି ବାରିପଦାରୁ ବିଶୋଇ ଅଭିମୁଖେ ଯାଉଥିବା ସମୟରେ ବିଶୋଇ ଛକ ନିକଟରେ କାଳ ବୈଶାଖୀ ବର୍ଷାର ଶିକାର ହୋଇଥିଲା।