୫ ବର୍ଷରେ ଚାକିରିରୁ ବିଦା ହୋଇଛନ୍ତି ୧୫୯ ସରକାରୀ ବାବୁ

ଓଏଲ୍ ବ୍ୟୁରୋ: ଚାଲିଛି ବିଧାନସଭାର ବଜେଟ୍ ଅଧିବେଶନ। ସାମ୍ନାକୁ ଆସିଛି ଏକ ରୋଚକ ତଥ୍ୟ। ରାଜ୍ୟ ସରକାରଙ୍କ ଦୁର୍ନୀତି ଛାଟରେ ୧୫୯ ସରକାରୀ ଚାକିରିଆ ନିଲମ୍ବିତ ହୋଇଛନ୍ତି। ଏଭଳି ତଥ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥାପିତ କରିଛନ୍ତି।
ବିଗତ ୫ ବର୍ଷରେ ଦୁର୍ନୀତି ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୫୯ ସରକାରୀ କର୍ମଚାରୀ ବିଦା ହୋଇଛନ୍ତି। ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେହିପରି ୧୨୦ ଜଣ ଅଫିସର ଓ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି।
୩୯ ଜଣ ଅଫିସର୍ଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ୫୯ କୋଟି ୪୭ ଲକ୍ଷ ୮୪ ହଜାର ୯୮୧ ଟଙ୍କା ଜବତ ହୋଇଛି। ସେହିପରି ୧୦୫୩ଟି ମାମଲାରେ ଅଭିଯୁକ୍ତ ଦୋଷମୁକ୍ତ ହୋଇଥିବା ବେଳେ ୯୩୯ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।