Odisha Link
Bridging the Missing Links in Odisha

ପୁଣି ଦିଲ୍ଲୀ ଗସ୍ତରେ ନବୀନ

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜ୍ୟ ରାଜନୀତି ସରଗରମ। ୧୦ ଦିନ ଭିତରେ ୨ୟ ଥର ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି ନବୀନ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି।

ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜନୀତିକ ମହଲରେ ବିଭିନ୍ନ ଚର୍ଚ୍ଚା ହେଉଥିବା ବେଳେ ସ୍ୱାସ୍ଥ୍ୟଗତ କାରଣରୁ ବି ସେ ଦିଲ୍ଲୀ ଯାଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ନିକଟରେ ଚେନ୍ନାଇ ଡିଲିମିଟେସନ ବୈଠକରେ ବିଜେଡି ଯୋଗ ଦେଇଥିଲା। ସେହି ବୈଠକରେ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ହେଲେ ଶେଷ ପର୍ଯ୍ୟାୟରେ ଦଳର ୨ ବରିଷ୍ଠ ନେତା ଅମର ପଟ୍ଟନାୟକ ଓ ସଞ୍ଜୟ ଦାସ ବର୍ମା ବୈଠକରେ ଯୋଗ ଦେଇଥିଲେ।

ବିଜେଡି ଡିଲିମିଟେସନ୍‌ ବୈଠକରେ ଯୋଗ ଦେଇଥିବାରୁ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।। ଆଉ ଚେନ୍ନାଇ ବୈଠକର ଦିନକ ପରେ ନବୀନଙ୍କ ଏହି ଗସ୍ତକୁ କେନ୍ଦ୍ରୀୟ ରାଜନୀତି ସହିତ ବି ଯୋଡ଼ା ଯାଉଛି। ତେବେ ନବୀନ ପଟ୍ଟନାୟକ କେଉଁଥି ପାଇଁ ଘନ ଘନ ଦିଲ୍ଲୀ ଗସ୍ତ କରୁଛନ୍ତି ତାହାର ସ୍ପଷ୍ଟ ସୂଚନା ନାହିଁ।

Leave A Reply

Your email address will not be published.