Odisha Link
Bridging the Missing Links in Odisha

ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି, କଣ୍ଟିଲୋ ଯାଇ ନୀଳମାଧବଙ୍କୁ କରିବେ ଦର୍ଶନ

ଓଏଲ୍‌ ବ୍ୟୁରୋ: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅପରାହ୍ନ ୧.୩୦ ମିନିଟରେ ସ୍ଵତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ମହାମହିମ ରାଷ୍ଟ୍ରପତି। ଏଠାରୁ ହେଲିକପ୍ଟରରେ ନୟାଗଡ଼ ଅଭିମୁଖେ ଯିବେ। ସେଠାରେ କାଳିଆପଲ୍ଲୀରେ ବିଶ୍ଵାବସୁ ସମ୍ପ୍ରଦାୟର ଯଜ୍ଞରେ ଯୋଗ ଦେବେ। ଏହାସହ କଣ୍ଟିଲୋ ନୀଳମାଧବ ମନ୍ଦିର ଦର୍ଶନ କରିବେ।

ସୋମବାର ସନ୍ଧ୍ୟା ୬ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ରାଜଭବନ ଅଭିମୁଖେ ଯିବେ ଓ ସେଇଠି ରାତ୍ରିଯାପନ କରିବେ। ମଙ୍ଗଳବାର ସକାଳ ୯ଟାରେ ଦିଲ୍ଲୀ ଅଭିମୁଖେ ଫେରିଯିବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ କମିଶନର ନରସିଂହ ଭୋଳ ଓ ଡିସିପି ଜଗମୋହନ ମିନା। ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Leave A Reply

Your email address will not be published.