Odisha Link
Bridging the Missing Links in Odisha

୭ ବର୍ଷ ପରେ ବଢ଼ିଲା ସାଂସଦଙ୍କ ଦରମା ଓ ଭତ୍ତା

ଓଏଲ୍‌ ବ୍ୟୁରୋ: ସାଂସଦଙ୍କ ଦରମା ଓ ଭତ୍ତା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ପାଖାପାଖି ୭ ବର୍ଷ ପରେ ସାଂସଦମାନଙ୍କ ଦରମା ବୃଦ୍ଧି ପାଇଛି। ପୂର୍ବ ତୁଳନାରେ ଏଣିକି ସାଂସଦମାନେ ଏଣିକି ମାସିକ ୨୪ ହଜାର ଟଙ୍କା ଅଧିକ ଦରମା ପାଇବେ। ପୂର୍ବରୁ ସେମାନଙ୍କ ଦରମା ୧ ଲକ୍ଷ ଟଙ୍କା ଥିବାବେଳେ ତାହା ବୃଦ୍ଧି ପାଇ ୧ ଲକ୍ଷ ୨୪ ହଜାର ଟଙ୍କା ହୋଇଛି।

ଏହା ସହିତ ସେମାନଙ୍କ ଦୈନିକ ଭତ୍ତା ୨ ହଜାର ଟଙ୍କାରୁ ୨ ହଜାର ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାବ୍ୟତୀତ ପୂର୍ବତନ ସାଂସଦଙ୍କ ପେନସନ ୨୫ ହଜାର ଟଙ୍କାରୁ ୩୧ ହଜାର ଟଙ୍କାକୁ ବଢ଼ାଇ ଦିଆଯାଇଛି। ଏହି ନୂଆ ବେତନ ଏବଂ ପେନସନ ୨୦୨୩ ଏପ୍ରିଲ ୧ରୁ ପିଛିଲା ଭାବେ ଲାଗୁ ହେବ। ଏ ନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସୂଚନାଯୋଗ୍ୟ, ୨୦୧୮ ଏପ୍ରିଲରେ ସାଂସଦମାନଙ୍କ ଦରମା ଏବଂ ଭତ୍ତା ବୃଦ୍ଧି କରାଯାଇଥିଲା।

ଆୟକର ଅଧିନିୟମ, ୧୯୬୧ରେ ନିର୍ଦ୍ଧିଷ୍ଟ ମୂଲ୍ୟ ବୃଦ୍ଧି ସୂଚକାଙ୍କ ଆଧାରରେ ସାଂସଦଙ୍କ ଦରମା ଓ ଭତ୍ତା ବୃଦ୍ଧି ହୋଇଛି। ସୂଚନାଥାଉକି ସାଂସଦଙ୍କୁ ମିଳୁଥିବା ଦରମା ଉପରେ କୌଣସି ଟିକସ ଲାଗୁ ହୁଏ ନାହିଁ। ତେବେ ସାଂସଦମାନଙ୍କୁ ଦରମା ବ୍ୟତୀତ ଆହୁରି ଅନ୍ୟାନ୍ୟ ସୁବିଧା ମିଳିଥାଏ।

Leave A Reply

Your email address will not be published.