ଶୋକ ପ୍ରସ୍ତାବ ଆଗତ ପରେ ବିରୋଧୀଙ୍କ ହଟ୍ଟଗୋଳ, ଗୃହ ମୁଲତବି ଘୋଷଣା

ଓଏଲ୍ ବ୍ୟୁରୋ: ଆଜି ସରଗରମ ହୋଇଛି ବିଧାନସଭା। ଦୁଇ ଦିନର ବିରତି ପରେ ଆଜି ପୁଣି ସରଗରମ ହୋଇଛି ବିଧାନସଭା। ଆଜି ଗୃହ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଅର୍ଥ, ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନକାଳ ରହିଥିବାବେଳେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଶୋକ ପ୍ରସ୍ତାବ ଆଗତ ପରେ ଗୃହରେ ପ୍ରବଳ ହଟ୍ଟଗୋଳ କାରଣରୁ ମଧ୍ୟାହ୍ନ ୧୨ଟା ୯ ଯାଏଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି।