ବନ୍ୟଜନ୍ତୁ ଆକ୍ରମଣରେ ଗଲାଣି ୭୯୯ ଜୀବନ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ..

ଓଏଲ୍ ବ୍ୟୁରୋ: ଆଜି ପୁଣି ସରଗରମ ହୋଇଛି ବିଧାନସଭା। ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଆଜି କଂଗ୍ରେସ ସଦସ୍ୟ ଗୃହରେ ଘଣ୍ଟ ଝାଂଞ୍ଚ ବଜାଇ ପ୍ରତିବାଦ କରାଯାଇଛି। ଗୃହର ମଧ୍ୟ ଭାଗକୁ ଆସି ଘଣ୍ଟ ବଜାଇ ବିରୋଧୀ ବିରୋଧ ପ୍ରଦର୍ଶନ କରିଛନ୍ତି। ଅତ୍ୟଧିକ ହଟ୍ଟଗୋଳ କାରଣରୁ ଶେଷରେ ବାଧ୍ୟ ହୋଇ ବାଚସ୍ପତି ୧୧.୩୦ ଯାଏଁ ଗୃହକୁ ମୁଲତବି ଘୋଷଣା କରିଥିଲେ।
ବିଧାନସଭା ପ୍ରବେଶ ପଥରେ ବିଜେଡି ପ୍ରତିବାଦ କରିଛି। ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ବିଜେଡି ଧାରଣା ଦେଇଛି। ପୁଣି ୧୨ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି। ପରେ ଗୃହ କାର୍ଯ୍ୟ ଆରମ୍ଭ ହେବାରୁ ବନ୍ୟଜନ୍ତୁ ଆକ୍ରମଣ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି।
ରାଜ୍ୟରେ ବନ୍ୟଜନ୍ତୁ ଆକ୍ରମଣରେ ୫ ବର୍ଷରେ ୭୯୯ ଲୋକଙ୍କୁ ମୃତ୍ୟୁ ହୋଇଛି। ଏନେଇ ଗୃହରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ଉତ୍ତର ରଖିଛନ୍ତି। ୫ ବର୍ଷରେ ୭୯୯ ଲୋକଙ୍କ ମୃତ୍ୟୁ, ୧୯୬୨ ଜଣ ଆହତ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ୧୪୭ ଜଣଙ୍କ ମୃତ୍ୟୁ ହୋଇଛି। ୫ ବର୍ଷରେ ୨ହଜାର ୮୩୨ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଛି।