Odisha Link
Bridging the Missing Links in Odisha

ମହାପ୍ରଭୁଙ୍କ ଦର୍ଶନ କଲେ ଜଷ୍ଟିସ ହରିଶ ଟଣ୍ଡନ, ଆସନ୍ତାକାଲି ମୁଖ୍ୟ ବିଚାରପତି ଭାବେ ନେବେ ଶପଥ

ଓଏଲ୍‌ ବ୍ୟୁରୋ: ପୁରୀରେ ଓଡ଼ିଶା ହାଇକୋର୍ଟର ନବନିଯୁକ୍ତ ମୁଖ୍ୟ ବିଚାରପତି ହରିଶ ଟଣ୍ଡନ। ସପରିବାର ସେ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ତେବେ ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ଆଇନ ସଚିବ ମାନସ ବାରିକଙ୍କ ସମେତ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପୁରୀ ଏସପି ବିନୀତ ଅଗ୍ରୱାଲ ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ। ରତ୍ନ ବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ ପରେ ପାର୍ଶ୍ଵ ଦେବାଦେବୀ ମନ୍ଦିର ଦର୍ଶନ କରିଥିଲେ ଜଷ୍ଟିସ ଟଣ୍ଡନ। ତେବେ ଆସନ୍ତାକାଲି ୨୬ ତାରିଖରେ ନୂଆ ମୁଖ୍ୟ ବିଚାରପତି ହାଇକୋର୍ଟ ପରିସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଶପଥ ଗ୍ରହଣ କରିବେ। ଜଷ୍ଟିସ ଟଣ୍ଡନଙ୍କୁ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି ଶପଥ ପାଠ କରାଇବେ।

Leave A Reply

Your email address will not be published.