ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ମହାସ୍ନାନ, ନୀତିକାନ୍ତି ବିଳମ୍ବ

ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କରାଯାଇଛି ମହାସ୍ନାନ। ମହାପ୍ରଭୁଙ୍କ ମଙ୍ଗଳ ଆଳତି ପରେ ମଇଲମ ଚାଲିଥିବା ବେଳେ ଶ୍ରୀମନ୍ଦିରରେ ଅଘଟଣ ଯୋଗୁଁ ତିନି ଠାକୁରଙ୍କ କରାଯାଇଛି ମହାସ୍ନାନ। ମହାସ୍ନାନ ନୀତି ପାଇଁ ଏକ ଘଣ୍ଟା ସର୍ବସାଧାରଣଙ୍କ ଦର୍ଶନ ଓ ନୀତି ବନ୍ଦ ରହିଥିଲା।
ଆଜି ଭୋରୁ ଶ୍ରୀଜୀଉଙ୍କ ମଇଲମ ଚାଲିଥିଲା। ଏହି ସମୟରେ ଜଣେ ସେବାୟତ ସିଂହାସନରେ ବସିଥିବା ପାଳିଆ ସେବକଙ୍କୁ ଛୁଇଁ ଦେଇଥିଲେ। ଏଥିପାଇଁ ଶ୍ରୀଜୀଉଙ୍କ ମହାସ୍ନାନ କରାଯାଇଛି। ମହାସ୍ନାନ ନୀତି ପାଇଁ ସର୍ବସାଧାରଣଙ୍କ ଦର୍ଶନ ଓ ନୀତି ବନ୍ଦ ରହିଥିଲା। ପାଣି ପଡି ଧୁଆ ହେବା ପରେ ମହାପ୍ରଭୁଙ୍କ ପରବର୍ତ୍ତୀ ନୀତି ଓ ଦର୍ଶନ ବ୍ୟବସ୍ଥା ସ୍ବାଭାବିକ ହୋଇଛି।