Odisha Link
Bridging the Missing Links in Odisha

ଅସ୍ତ୍ରୋପଚାର ପାଲଟିଛି ଶିଶୁ ଜନ୍ମ କରାଇବାର ମାଧ୍ୟମ, ଚିନ୍ତାଜନକ ତଥ୍ୟ ଦେଲେ ମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ଆଜି ପୁଣି ସରଗରମ ହୋଇଛି ବିଧାନସଭା। ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଆଜି କଂଗ୍ରେସ ସଦସ୍ୟ ଗୃହରେ ଘଣ୍ଟ ଝାଂଞ୍ଚ ବଜାଇ ପ୍ରତିବାଦ କରାଯାଇଛି। ଗୃହର ମଧ୍ୟ ଭାଗକୁ ଆସି ଘଣ୍ଟ ବଜାଇ ବିରୋଧୀ ବିରୋଧ ପ୍ରଦର୍ଶନ କରିଛନ୍ତି। ଅତ୍ୟଧିକ ହଟ୍ଟଗୋଳ କାରଣରୁ ଶେଷରେ ବାଧ୍ୟ ହୋଇ ବାଚସ୍ପତି ୧୧.୩୦ ଯାଏଁ ଗୃହକୁ ମୁଲତବି ଘୋଷଣା କରିଥିଲେ।

ବିଧାନସଭା ପ୍ରବେଶ ପଥରେ ବିଜେଡି ପ୍ରତିବାଦ କରିଛି। ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ବିଜେଡି ଧାରଣା ଦେଇଛି। ପୁଣି ୧୨ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି। ପରେ ଗୃହ କାର୍ଯ୍ୟ ଆରମ୍ଭ ହେବାରୁ ଅସ୍ତ୍ରୋପଚାର ଡେଲିଭରି ନେଇ ମନ୍ତ୍ରୀ ଉତ୍ତର ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ଘରୋଇ ହସ୍ପିଟାଲରେ ହେଉଛି ଅଧିକ ଅସ୍ତ୍ରୋପଚାର ଡେଲିଭରି। ସରକାରୀ ହସ୍ପିଟାଲ ତୁଳନାରେ ଘରୋଇ ହସ୍ପିଟାଲରେ ଅଧିକ ହେଉଛି। ଏନେଇ ବିଧାନସଭାରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।

୨୦୨୨-୨୩ରେ ୧,୨୯,୦୮୮ଟି ଡେଲିଭରି ହୋଇଛି। ସେଥିରୁ ୯୯,୯୯୮ ଅପରେସନ ମାଧ୍ୟମରେ ଡେଲିଭରି ହୋଇଛି। ୨୦୨୩/୨୪ରେ ଘରୋଇ ହସ୍ପିଟାଲରେ ୮୧.୦୬ ପ୍ରତିଶତ ଅସ୍ତ୍ରୋପଚାର ଡେଲିଭରି ହୋଇଛି। ୨୦୨୩/୨୪ରେ ସରକାରୀ ହସ୍ପିଟାଲରେ ୩୦.୦୮% ଅସ୍ତ୍ରୋପଚାର ଡେଲିଭରି ହୋଇଛି। ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଏନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ଉତ୍ତର ରଖିଛନ୍ତି।

Leave A Reply

Your email address will not be published.