ରାଜ୍ୟରେ ଅଛି ୪୫୩୯ ରକ୍ତଚନ୍ଦନ ଗଛ, ନିଲାମ ନେଇ ସୂଚନା ଦେଲେ ମନ୍ତ୍ରୀ..

ଓଏଲ୍ ବ୍ୟୁରୋ: ଆଜି ପୁଣି ସରଗରମ ହୋଇଛି ବିଧାନସଭା। ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଆଜି କଂଗ୍ରେସ ସଦସ୍ୟ ଗୃହରେ ଘଣ୍ଟ ଝାଂଞ୍ଚ ବଜାଇ ପ୍ରତିବାଦ କରାଯାଇଛି। ଗୃହର ମଧ୍ୟ ଭାଗକୁ ଆସି ଘଣ୍ଟ ବଜାଇ ବିରୋଧୀ ବିରୋଧ ପ୍ରଦର୍ଶନ କରିଛନ୍ତି। ଅତ୍ୟଧିକ ହଟ୍ଟଗୋଳ କାରଣରୁ ଶେଷରେ ବାଧ୍ୟ ହୋଇ ବାଚସ୍ପତି ୧୧.୩୦ ଯାଏଁ ଗୃହକୁ ମୁଲତବି ଘୋଷଣା କରିଥିଲେ।
ବିଧାନସଭା ପ୍ରବେଶ ପଥରେ ବିଜେଡି ପ୍ରତିବାଦ କରିଛି। ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ବିଜେଡି ଧାରଣା ଦେଇଛି। ପୁଣି ୧୨ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି। ପରେ ଗୃହ କାର୍ଯ୍ୟ ଆରମ୍ଭ ହେବାରୁ ଗୃହରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଚନ୍ଦନ କାଠ ନେଇ ଉତ୍ତର ରଖି କହିଛନ୍ତି, ରାଜ୍ୟରେ ୪୫୩୯ ରକ୍ତଚନ୍ଦନ ଗଛ ଅଛି। ଏପ୍ରିଲ ୯ରେ ନିଲାମ ହେବ ଚନ୍ଦନ କାଠ। ୨୦୭୧ ଚନ୍ଦନ କାଠ ପ୍ରାକୃତିକ ଭାବେ ଉଠିଛି। ୨୪୬୮ ରକ୍ତଚନ୍ଦନ ଗଛ ରୋପଣ କରାଯାଇଛି।