Odisha Link
Bridging the Missing Links in Odisha

ଗୃହରେ ବିବୃତି ରଖିଲେ ବାଚସ୍ପତି, ପୁଣି କକ୍ଷ ତ୍ୟାଗ କଲା ବିଜେଡି

ଓଏଲ୍‌ ବ୍ୟୁରୋ: ବିରୋଧୀଙ୍କ ହଟ୍ଟଗୋଳରେ ଚାଲିପାରୁନି ବିଧାନସଭା କାର୍ଯ୍ୟ। ଆଜି ବି ବିରୋଧୀଙ୍କ ଅସହଯୋଗ କାରଣରୁ ଗୃହ କାର୍ଯ୍ୟ ସଠିକ ଢଙ୍ଗରେ ଚାଲିପାରିନାହିଁ। ବିଧାନସଭା କାର୍ଯ୍ୟ ଅଚଳ ହେବାରୁ ବାଧ୍ୟ ହୋଇ ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି ଘୋଷଣା କରିଥିଲେ। ପରେ ବିଜେଡିର ଦାବି କ୍ରମେ ବାଚସ୍ପତି ବିବୃତି ରଖିଛନ୍ତି। ଗୃହରେ ପୁଲିସ ପଶିବା ଘଟଣାରେ ବାଚସ୍ପତିଙ୍କ ବିବୃତି ଦାବି କରିଥିଲା ବିଜେଡି। ବାଚସ୍ପତିଙ୍କ ବିବୃତି ପରେ ଗୃହକୁ ଫେରିଥିଲେ ବିଜେଡି ସଦସ୍ୟ। ବାଚସ୍ପତିଙ୍କ ବିବୃତିକୁ ବିରୋଧ କରି ବିଜେଡି ପୁଣି ଥରେ କକ୍ଷତ୍ୟାଗ କରିଛି। ବାଚସ୍ପତିଙ୍କ ବିବୃତିରେ ଦୁଃଖ ପ୍ରକାଶ କରି ବିଜେଡି କକ୍ଷତ୍ୟାଗ କରିଛି।

Leave A Reply

Your email address will not be published.