ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି ବିରୋଧୀ, ଗୃହରେ ଘଣ୍ଟ ବଜାଇବା ଅପରାଧ: ଆଇନମନ୍ତ୍ରୀ

ଓଏଲ୍ ବ୍ୟୁରୋ: ବିରୋଧୀଙ୍କ ହଟ୍ଟଗୋଳରେ ଚାଲିପାରୁନି ବିଧାନସଭା କାର୍ଯ୍ୟ। ଆଜି ବି ବିରୋଧୀଙ୍କ ଅସହଯୋଗ କାରଣରୁ ଗୃହ କାର୍ଯ୍ୟ ସଠିକ ଢଙ୍ଗରେ ଚାଲିପାରିନାହିଁ। ବିଧାନସଭା କାର୍ଯ୍ୟ ଅଚଳ ହେବାରୁ ବାଧ୍ୟ ହୋଇ ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି ଘୋଷଣା କରିଥିଲେ। ପରେ ବିଜେଡିର ଦାବି କ୍ରମେ ବାଚସ୍ପତି ବିବୃତି ରଖିଛନ୍ତି। ଗୃହରେ ପୁଲିସ ପଶିବା ଘଟଣାରେ ବାଚସ୍ପତିଙ୍କ ବିବୃତି ଦାବି କରିଥିଲା ବିଜେଡି। ବାଚସ୍ପତିଙ୍କ ବିବୃତି ପରେ ଗୃହକୁ ଫେରିଥିଲେ ବିଜେଡି ସଦସ୍ୟ। ବାଚସ୍ପତିଙ୍କ ବିବୃତିକୁ ବିରୋଧ କରି ବିଜେଡି ପୁଣି ଥରେ କକ୍ଷତ୍ୟାଗ କରିଛି। ବାଚସ୍ପତିଙ୍କ ବିବୃତିରେ ଦୁଃଖ ପ୍ରକାଶ କରି ବିଜେଡି କକ୍ଷତ୍ୟାଗ କରିଛି।
ବିରୋଧୀଙ୍କ ହଟ୍ଟଗୋଳରେ ବିଧାନସଭା କାର୍ଯ୍ୟ ଅଚଳ ନେଇ ଆଇନମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରି ବିସ୍ଫୋରକ ବୟାନ ଦେଇଛନ୍ତି। ଆଇନମନ୍ତ୍ରୀ କହିଛନ୍ତି, ରାଜନୈତିକ ସ୍ୱାର୍ଥକୁ ନେଇ ବିଧାନସଭା ଅଚଳ କରିବାକୁ ଷଡଯନ୍ତ୍ର ଚାଲିଛି। ଶୂନ୍ୟକାଳ କେମିତି ବ୍ୟାହତ ହେବ ସେଥିପାଇଁ ବିଧିବଧ ଯୋଜନା କରିଛି ବିରୋଧୀ। ବିଧାନସଭା ସ୍ଥିତି ଯେତେବେଳେ ଅସହନୀୟ ହେଲା ସେତେବେଳେ ବାଚସ୍ପତି କଂଗ୍ରେସ ବିଧାୟକଙ୍କୁ ନିଲମ୍ବିତ କଲେ।