ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ: ୪ଟା ଯାଏଁ ଗୃହ ମୁଲତବି

ଓଏଲ୍ ବ୍ୟୁରୋ: ବିରୋଧୀଙ୍କ ହଟ୍ଟଗୋଳରେ ଚାଲିପାରୁନି ବିଧାନସଭା କାର୍ଯ୍ୟ। ଆଜି ବି ବିରୋଧୀଙ୍କ ଅସହଯୋଗ କାରଣରୁ ଗୃହ କାର୍ଯ୍ୟ ସଠିକ ଢଙ୍ଗରେ ଚାଲିପାରିନାହିଁ। ପୁଣି ଘଣ୍ଟା ବଜାଇ ବିଧାନସଭାରେ ପ୍ରତିବାଦ କରିଛନ୍ତି ତାରାବାହିନୀ ପତି। ବାଚସ୍ପତି କଂଗ୍ରେସ ବିଧାୟକଙ୍କୁ ପ୍ରଶ୍ନକାଳରେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି। ଶେଷରେ ବାଧ୍ୟ ହୋଇ ପୁଣି ଥରେ କଂଗ୍ରେସର ଆଉ ୨ ବିଧାୟକ ନିଲମ୍ବିତ କରାଯାଇଛି। ନିଲମ୍ବନ ପରେ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିବ ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ବିଧାନସଭା କାର୍ଯ୍ୟ ଅଚଳ ହେବାରୁ ବାଧ୍ୟ ହୋଇ ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି ଘୋଷଣା କରିଛନ୍ତି।