ବିଧାନସଭା ପ୍ରଶ୍ନକାଳ: କକ୍ଷତ୍ୟାଗ ତ୍ୟାଗ କଲା ବିଜେଡି, ଧାରଣାରେ କଂଗ୍ରେସ ବିଧାୟକ

ଓଏଲ୍ ବ୍ୟୁରୋ: ବିଧାନସଭା ଅଧିବେଶନ ଜାରି ରହିଛି। ବିଧାନସଭାରେ ବାଚସ୍ପତିଙ୍କ ବିବୃତି ଦାବି କରି ବିଜେଡି କକ୍ଷତ୍ୟାଗ କରିଥିବା ଜଣା ପଡିଛନ୍ତି। ବିରୋଧୀଙ୍କ ବିନା ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଜାରି ରହିଥିବା ଜଣା ପଡିଛି। ତେବେ କଂଗ୍ରେସ ବିଧାୟକ ନିଲମ୍ବିତ ହୋଇଥିବାବେଳେ ବିଧାନସଭା ଯାଇଛନ୍ତି ତରାବାହିନୀ ପତି।
ଅନ୍ୟପଟେ, ବିଧାନସଭା ସାମ୍ନାରେ ପୁଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ଗତକାଲି କଂଗ୍ରେସର ୧୨ ଜଣ ବିଧାୟକ ବିଧାନସଭାରୁ ସସପେଣ୍ଡ୍ ହେବା, ଆଉ ସାରା ରାତି ରାସ୍ତା ଉପରେ କଂଗ୍ରେସ ବିଧାୟକ ଧାରଣା ଦେବା ପରେ, ଏବେ ବିଧାନସଭାକୁ ବାହାରିଛନ୍ତି କଂଗ୍ରେସ ବିଧାୟକ। ବିଧାନସଭା ଯିବା ବାଟରେ କଂଗ୍ରେସ ବିଧାୟକମାନେ ଘଣ୍ଟ ଧରି ବାଡ଼େଇଛନ୍ତି। ଖାଲି ସେତିକି ନୁହେଁ, ତାଙ୍କ ସହିତ ଅନେକ କଂଗ୍ରେସ ନେତା ମଧ୍ୟ ଯୋଗ ଦେଇଛନ୍ତି। କଂଗ୍ରେସ କର୍ମୀମାନେ ବିଧାନସଭା ଯିବା ବାଟରେ, ପୁଲିସ୍ ସହ ହାତାହାତି ହୋଇଥିବା ଦେଖିବାକୁ ମିଳିଛି।