Odisha Link
Bridging the Missing Links in Odisha

ଗୃହରେ କଂଗ୍ରେସର ପ୍ରତିବାଦ, ପ୍ରଶ୍ନକାଳରେ ସହଯୋଗ କରିବା ପାଇଁ ବାଚସ୍ପତିଙ୍କ ନିବେଦନ

ଓଏଲ୍‌ ବ୍ୟୁରୋ: ବିଧାନସଭା ଅଧିବେଶନ ଜାରି ରହିଛି। ବିଧାନସଭାରେ ବାଚସ୍ପତିଙ୍କ ବିବୃତି ଦାବି କରି ବିଜେଡି କକ୍ଷତ୍ୟାଗ କରିଥିବା ଜଣା ପଡିଛନ୍ତି। ବିରୋଧୀଙ୍କ ବିନା ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଜାରି ରହିଥିବା ଜଣା ପଡିଛି। ତେବେ କଂଗ୍ରେସ ବିଧାୟକ ନିଲମ୍ବିତ ହୋଇଥିବାବେଳେ ବିଧାନସଭା ଯାଇଛନ୍ତି ତାରାବାହିନୀ ପତି। ପୁଣି ଘଣ୍ଟା ବଜାଇ ବିଧାନସଭାରେ ପ୍ରତିବାଦ କରିଛନ୍ତି ତାରାବାହିନୀ ପତି। ବାଚସ୍ପତି କଂଗ୍ରେସ ବିଧାୟକଙ୍କୁ ପ୍ରଶ୍ନକାଳରେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି।

ଅନ୍ୟପଟେ, ବିଧାନସଭା ସାମ୍ନାରେ ପୁଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ଗତକାଲି କଂଗ୍ରେସର ୧୨ ଜଣ ବିଧାୟକ ବିଧାନସଭାରୁ ସସପେଣ୍ଡ୍ ହେବା, ଆଉ ସାରା ରାତି ରାସ୍ତା ଉପରେ କଂଗ୍ରେସ ବିଧାୟକ ଧାରଣା ଦେବା ପରେ, ଏବେ ବିଧାନସଭାକୁ ବାହାରିଛନ୍ତି କଂଗ୍ରେସ ବିଧାୟକ। ବିଧାନସଭା ଯିବା ବାଟରେ କଂଗ୍ରେସ ବିଧାୟକମାନେ ଘଣ୍ଟ ଧରି ବାଡ଼େଇଛନ୍ତି। ଖାଲି ସେତିକି ନୁହେଁ, ତାଙ୍କ ସହିତ ଅନେକ କଂଗ୍ରେସ ନେତା ମଧ୍ୟ ଯୋଗ ଦେଇଛନ୍ତି। କଂଗ୍ରେସ କର୍ମୀମାନେ ବିଧାନସଭା ଯିବା ବାଟରେ, ପୁଲିସ୍ ସହ ହାତାହାତି ହୋଇଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.