Odisha Link
Bridging the Missing Links in Odisha

ବିଧାନସଭା ଆଗରେ ବିରୋଧୀଙ୍କ ପ୍ରତିବାଦ: ପୁଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ

ଓଏଲ୍‌ ବ୍ୟୁରୋ: ବିଧାନସଭା ସାମ୍ନାରେ ପୁଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ଗତକାଲି କଂଗ୍ରେସର ୧୨ ଜଣ ବିଧାୟକ ବିଧାନସଭାରୁ ସସପେଣ୍ଡ୍ ହେବା, ଆଉ ସାରା ରାତି ରାସ୍ତା ଉପରେ କଂଗ୍ରେସ ବିଧାୟକ ଧାରଣା ଦେବା ପରେ, ଏବେ ବିଧାନସଭାକୁ ବାହାରିଛନ୍ତି କଂଗ୍ରେସ ବିଧାୟକ। ବିଧାନସଭା ଯିବା ବାଟରେ କଂଗ୍ରେସ ବିଧାୟକମାନେ ଘଣ୍ଟ ଧରି ବାଡ଼େଇଛନ୍ତି। ଖାଲି ସେତିକି ନୁହେଁ, ତାଙ୍କ ସହିତ ଅନେକ କଂଗ୍ରେସ ନେତା ମଧ୍ୟ ଯୋଗ ଦେଇଛନ୍ତି। କଂଗ୍ରେସ କର୍ମୀମାନେ ବିଧାନସଭା ଯିବା ବାଟରେ, ପୁଲିସ୍ ସହ ହାତାହାତି ହୋଇଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.