Odisha Link
Bridging the Missing Links in Odisha

ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଓଏଲ୍‌ ବ୍ୟୁରୋ: ମହଙ୍ଗା ପଡିଲା ଆୟ ବହିର୍ଭୂତ ସମ୍ପତ୍ତି। ଖୋର୍ଦ୍ଧା ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ଗିରଫ ହୋଇଛନ୍ତି। ବୁଧବାର ସୂର୍ଯ୍ୟମଣିଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ନିଜସ୍ବ ବାସଭବନ ଓ ସମ୍ପର୍କୀୟ ଘର ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ। ରେଡ୍‌ ବେଳେ ଖଟ ତଳୁ ମିଳିଥିଲା ନଗଦ ୧୭ ଲକ୍ଷ ଟଙ୍କା। ଏଥି ସହ ଦେଢ ଶହ ଗ୍ରାମର ସୁନା ଅଳଙ୍କାର ମଧ୍ୟ ଜବତ ହୋଇଥିଲା।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ କାର୍ଯ୍ୟାଳୟ ସମେତ ତାଙ୍କର ଗଞ୍ଜାମ ସୋରଡ଼ା ସ୍ଥିତ ବାସ ଭବନ, ଅଫିସ୍ କାର୍ଯ୍ୟାଳୟରେ ଚଢ଼ଉ କରିଥିଲା ଭିଜିଲାନ୍ସ ଟିମ୍। ଜଟଣୀ ସ୍ଥିତ ଅଫିସ୍ କାର୍ଯ୍ୟାଳୟରେ ମଧ୍ୟ ଚଢ଼ଉ କରିଥିଲା ଭିଜିଲାନ୍ସ ଟିମ୍। ଭୁବନେଶ୍ବରରେ ୪ଟି ଫ୍ଲାଟ୍‌, ବ୍ରହ୍ମପୁରରେ ୨ଟି କୋଠା, ୧୧ ପ୍ଲଟ, ୪୭୫ ଗ୍ରାମ ସୁନା, ୧୭ ଲକ୍ଷ କ୍ୟାସ୍‌, ୯୦ ଲକ୍ଷର ଜମା ମିଳିଥିଲା।

Leave A Reply

Your email address will not be published.