Odisha Link
Bridging the Missing Links in Odisha

ବିଜେପିର ଅହଂକାର ବଢ଼ିଛି, ଲୋକେ ଜବାବ ଦେବେ: ତାରା ବାହିନୀପତି

ଓଏଲ୍‌ ବ୍ୟୁରୋ: ବିଧାନସଭା ଅଧିବେଶନ ଜାରି ରହିଛି। ବିଧାନସଭାରେ ବାଚସ୍ପତିଙ୍କ ବିବୃତି ଦାବି କରି ବିଜେଡି କକ୍ଷତ୍ୟାଗ କରିଥିବା ଜଣା ପଡିଛନ୍ତି। ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀଙ୍କୁ ବାଚସ୍ପତି ନିବେଦନ କରିଥିଲେ। ବାଚସ୍ପତି ନିଜ ଆସନରେ ଛିଡ଼ା ହୋଇ ନିବେଦନ କରିବା ସହ ଯାହା ଗୃହରେ ଘଟିଛି ତା’ର ବିବୃତି ରଖିବେ କହିଛନ୍ତି। ବିଧାନସଭାରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିବାରୁ ଗୃହ ୩୦ ମିନିଟ ପାଇଁ ମୁଲତବୀ ରଖିଛନ୍ତି ବାଚସ୍ପତି। ଗୃହ ପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ।

ଅନ୍ୟପଟେ, ବିରୋଧୀଙ୍କ ବିନା ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଜାରି ରହିଥିବା ଜଣା ପଡିଛି। ତେବେ କଂଗ୍ରେସ ବିଧାୟକ ନିଲମ୍ବିତ ହୋଇଥିବାବେଳେ ବିଧାନସଭା ଯାଇଛନ୍ତି ତାରାବାହିନୀ ପତି। ପୁଣି ଘଣ୍ଟା ବଜାଇ ବିଧାନସଭାରେ ପ୍ରତିବାଦ କରିଛନ୍ତି ତାରାବାହିନୀ ପତି। ବାଚସ୍ପତି କଂଗ୍ରେସ ବିଧାୟକଙ୍କୁ ପ୍ରଶ୍ନକାଳରେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି। ଶେଷରେ ବାଧ୍ୟ ହୋଇ ପୁଣି ଥରେ କଂଗ୍ରେସଙ୍କୁ ଆଉ ୨ ବିଧାୟକ ନିଲମ୍ବିତ କରାଯାଇଛି।

ନିଲମ୍ବନ ପରେ ତାରା ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି, ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ରାଜ୍ୟ ସରକାର। ରାତି ୨ଟା ୧୫ରେ ପୁଲିସ ପୂରାଇ ଆମକୁ ମାଡ଼ ମାରିଲେ। ମୋତେ ମାଡ଼ ମାରି ଚେନ୍ ଛଡ଼ାଇ ନେଇଗଲେ। ମହିଳାଙ୍କ ସୁରକ୍ଷା ଆମର ଦାବି, ଗୃହ କମିଟି କଲେ କଣ ଅଶୁଦ୍ଧି ହେବ। ଆଜି ଆମେ ଗୃହରେ ନ୍ୟାୟ ଦାବିରେ ପ୍ରତିବାଦ କଲୁ। କିନ୍ତୁ କହିବାକୁ ସୁଯୋଗ ନଦେଇ ଆମକୁ ସସ୍‌ପେଣ୍ଡ କରାଗଲା। ବିଜେପିର ଅହଂକାର ବଢ଼ିଛି, ଲୋକେ ଜବାବ ଦେବେ ବୋଲି ତାରା ବାହିନୀପତି କହିଛନ୍ତି।

Leave A Reply

Your email address will not be published.