୧୦୯ଟି ବସ୍ ଯାନ୍ତ୍ରୀକ ତ୍ରୁଟି ପାଇଁ ଅଚଳ, ଗୃହରେ ତଥ୍ୟ ଦେଲେ ମନ୍ତ୍ରୀ..

ଓଏଲ୍ ବ୍ୟୁରୋ: ଗୋଟେ ପଟେ କଂଗ୍ରେସ ରଣହୁଙ୍କାର ଜାରି କରିଥିବାବେଳେ ଅନ୍ୟପଟେ ଆରମ୍ଭ ହୋଇଛି ବିଧାନସଭାରେ ପ୍ରଶ୍ନକାଳ। ବିଭିନ୍ନ ପ୍ରସଙ୍ଗରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଏସବୁ ଭିତରେ ସରକାରୀ ବସ୍ ଅଚଳ ନେଇ ମନ୍ତ୍ରୀ ଉତ୍ତର ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ପରିବହନ ବିଭାଗର ୧୦୯ ସରକାରୀ ବସ୍ ଅଚଳ ହୋଇ ପଡ଼ିଛି। ବିଗତ ୧୦ ବର୍ଷରେ ୫୪୦ଟି ବସ୍ କିଣିଥିଲା ପରିବହନ ବିଭାଗ।ସେଥିରୁ ୧୦୯ଟି ବସ୍ ଯାନ୍ତ୍ରୀକ ତ୍ରୁଟି ପାଇଁ ଅଚଳ ହୋଇପଡିଛି।
ଅନ୍ୟପଟେ, OSRTC ବସ ନେଇ ଚିନ୍ତାଜନକ ତଥ୍ୟ ଦେଇଛନ୍ତି ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ଆୟଠୁ ବ୍ୟୟ ବଢ଼ି ଯାଉଛି, ଘାଟାରେ ଚାଲୁଛି OSRTC। ଦୁଇ ବର୍ଷରେ OSRTC କ୍ଷତି କଲାଣି ୪୫ କୋଟି ୪୬ ଲକ୍ଷ ଟଙ୍କା।ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା।