ବଜ୍ରାଘାତଜନିତ ମୃତ୍ୟୁ ସଂଖ୍ୟା ମୟୂରଭଞ୍ଜରେ ସର୍ବାଧିକ, ୫ ବର୍ଷର ତଥ୍ୟ ଦେଲେ ମନ୍ତ୍ରୀ..

ଓଏଲ୍ ବ୍ୟୁରୋ: ଗୋଟେ ପଟେ କଂଗ୍ରେସ ରଣହୁଙ୍କାର ଜାରି କରିଥିବାବେଳେ ଅନ୍ୟପଟେ ଆରମ୍ଭ ହୋଇଛି ବିଧାନସଭାରେ ପ୍ରଶ୍ନକାଳ। ବିଭିନ୍ନ ପ୍ରସଙ୍ଗରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଏସବୁ ଭିତରେ ବଜ୍ରାଘାତ ମୃତ୍ୟୁ ନେଇ ତଥ୍ୟ ସାମ୍ନାକୁ ଆସିଛି। ୫ ବର୍ଷରେ ବଜ୍ରାଘାତରେ ୧୪୧୮ ଜୀବନ ଚାଲିଯାଇଛି। ତଥ୍ୟ ଅନୁସାରେ, ୨୦୨୦-୨୦୨୧ରେ ୩୩୯ ଜଣଙ୍କ ମୃତ୍ୟୁ ହୋଇଛି। ବଜ୍ରାଘାତଜନିତ ମୃତ୍ୟୁ ସଂଖ୍ୟା ମୟୂରଭଞ୍ଜରେ ସର୍ବାଧିକ। ୨୦୨୧-୨୨ରେ ୨୯୬, ୨୦୨୨-୨୩ରେ ୩୦୬, ୨୦୨୩-୨୪ରେ ୨୭୨, ୨୦୨୪-୨୫ରେ ୨୦୫ ଜଣଙ୍କ ବଜ୍ରାଘାତଜନିତ ମୃତ୍ୟୁ ହୋଇଛି।