ଅସମ୍ଭାଳ ହେଉଛି ତାତି, ସୁସ୍ଥ ରହିବାକୁ ସତର୍କ କରାଇଲେ ସରକାର

ଓଏଲ୍ ବ୍ୟୁରୋ: ସାରା ଦେଶରେ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ତାପମାତ୍ରାକୁ ନଜରରେ ରଖି ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଭାରତ ସରକାର ଗ୍ରୀଷ୍ମପ୍ରବାହ ସମ୍ପର୍କରେ ଆଡ଼ଭାଇଜ଼ରି ଜାରି କରିଛନ୍ତି। ବିଭିନ୍ନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାରୁ ଗ୍ରୀଷ୍ମପ୍ରବାହ ସ୍ଥିତି ବିଷୟରେ ଲୋକଙ୍କୁ ସଚେତନ କରିବାକୁ କୁହାଯାଇଛି। ରାଜ୍ୟଗୁଡ଼ିକୁ ପର୍ଯ୍ୟାପ୍ତ ପରିମାଣରେ ଔଷଧ, ପାନୀୟ ଜଳ ଏବଂ ORS ପ୍ୟାକେଟ ଏବଂ ଡାକ୍ତରଖାନାଗୁଡ଼ିକରେ ସ୍ଥିର ବିଦ୍ୟୁତ୍ ଯୋଗାଣ ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପଟେ, କିଛି ଦିନର ବିରତି ପରେ ପୁଣି ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକାଳୁଆ ସ୍କୁଲ ଆରମ୍ଭ କରିଛନ୍ତି। ତାପମାତ୍ରା ବୃଦ୍ଧି ହେଲେ ସ୍କୁଲ ବନ୍ଦ ହେବା ନେଇ ନିଷ୍ପତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି ।