ରାଜ୍ୟରେ ଭୂତଳ ଜଳସ୍ତରକୁ ନେଇ ବଢ଼ିଲା ଚିନ୍ତା, ଗଜପତି ଓ ରାୟଗଡାରେ ସ୍ଥିତି ସଙ୍ଗୀନ

ଓଏଲ୍ ବ୍ୟୁରୋ: ଗୋଟେ ପଟେ କଂଗ୍ରେସ ରଣହୁଙ୍କାର ଜାରି କରିଥିବାବେଳେ ଅନ୍ୟପଟେ ଆରମ୍ଭ ହୋଇଛି ବିଧାନସଭାରେ ପ୍ରଶ୍ନକାଳ। ବିଭିନ୍ନ ପ୍ରସଙ୍ଗରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ ଏସବୁ ଭିତରେ ଭୂତଳ ଜଳସ୍ତର ନେଇ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ୨୭ ଜିଲ୍ଲାରେ ଭୂତଳ ଜଳସ୍ତର କମୁଥିବା ନେଇ ମନ୍ତ୍ରୀ ଗୃହରେ ଲିଖିତ ଉତ୍ତର ରଖିଛନ୍ତି। ଗଜପତି ଓ ରାୟଗଡାରେ ସ୍ଥିତି ସଂଗୀନ ହେବାରେ ଲାଗିଥିବା ଜଣା ପଡିଛି।
ଅନ୍ୟପଟେ, ବିଧାନସଭାରେ ସୁରକ୍ଷା ବ୍ୟବସ୍ତା କଡାକଡି କରାଯାଇଛି। ବିଧାନସଭା ଘେରାଉ କରିବ କଂଗ୍ରେସ। ଘେରାଉ ପୂର୍ବରୁ ବିଧାନସଭାରେ ବଢ଼ିଲା ସୁରକ୍ଷା। ବିଧାନସଭାର ସମସ୍ତ ଗେଟ୍ ବନ୍ଦ କରିଦିଆଯାଇଛି।