Odisha Link
Bridging the Missing Links in Odisha

ରେଭେନ୍ସା ଓ ଉତ୍କଳରେ ଶତାଧିକ ପ୍ରଫେସର ପଦବୀ ଖାଲି, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ରାଜ୍ୟର ୧୭ଟି ସରକାରୀ ବିଶ୍ୱ ବିଦ୍ୟାଳୟରେ ୧୩୫୩ ଅଧ୍ୟାପକ ଓ ଅଧ୍ୟାପିକା ପଦବୀ ଖାଲି ପଡିଛି। ୨୦୨୭ ସ୍ଥାନରେ ମାତ୍ର ଅଛନ୍ତି ୬୭୪ ଅଧ୍ୟାପକ ଓ ଅଧ୍ୟାପିକା। ଖାଲି ପଡିଥିବା ବିଶ୍ୱ ବିଦ୍ୟାଳୟରେ ୯୬୫ ଗେଷ୍ଟ ଫ୍ୟାକଲିଟିରେ କାମ ଚଳାଉଛନ୍ତି ରାଜ୍ୟ ସରକାର। ସେହିପରି ଉଚ୍ଚ ଶିକ୍ଷା ବିଭାଗରେ ୨୦୮୧ ଅଣ ଶିକ୍ଷକ ପଦବୀ ବି ଖାଲି ପଡ଼ିଛି। ରାଜ୍ୟର ମୁଖ୍ୟ ବିଶ୍ୱବିଦ୍ୟାଳୟ ରେଭେନ୍ସା ଓ ଉତ୍କଳରେ ସର୍ବାଧିକ ପଦବୀ ଖାଲି ପଡ଼ିଛି। ରେଭେନ୍ସାରେ ୧୬୧ ପଦବୀ ଖାଲି ପଡିଥିବା ବେଳେ ଉତ୍କଳରେ ୧୩୩ ପଦବୀ ଖାଲି ପଡ଼ିଥିବା ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ।

Leave A Reply

Your email address will not be published.