ବଢ଼ିଲା କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା

ଓଏଲ୍ ବ୍ୟୁରୋ: କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ବଡ଼ ଉପହାର। ବଢ଼ିଲା କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୨ ପ୍ରତିଶତ ବୃଦ୍ଧିକୁ ମଞ୍ଜୁରୀ ମିଳିଛି। ଏହି ବୃଦ୍ଧି ଫଳରେ ଏବେ କେନ୍ଦ୍ର କର୍ମଚାରୀ ଓ ପେନସନଧାରୀଙ୍କ ଡିଏ ଓ ପେନସନଧାରୀଙ୍କ ମହଙ୍ଗା ଆଶ୍ବସ୍ତି((ଡିଆର) ୫୩ ପ୍ରତିଶତରୁ ବଢ଼ି ୫୫ ପ୍ରତିଶତ ହୋଇଯିବ। କେନ୍ଦ୍ର କ୍ୟାବିନେଟରେ ସରକାରଙ୍କ ତରଫରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି। ସପ୍ତମ ବେତନ କମିଶନ ଅନୁସାରେ ଏହି ବୃଦ୍ଧି ଘୋଷଣା କରାଯାଇଛି।
ଗତ ବର୍ଷ ଜୁଲାଇରେ ଶେଷଥର ପାଇଁ ଡିଏ ବଢ଼ିଥିଲା। ସେ ସମୟରେ ଡିଏ ୫୦ ପ୍ରତିଶତରୁ ବଢ଼ି ୫୩ ପ୍ରତିଶତରେ ପହଞ୍ଚିଥିଲା। ଏବେ ୨ ପ୍ରତିଶତ ଡିଏ ବଢ଼ିବା ଫଳରେ କର୍ମଚାରୀଙ୍କ ବେସିକ ସାଲାରୀରେ ୨ ପ୍ରିତିଶତ ଡିଏକୁ ଯୋଡ଼ାଯିବ। ଚଳିତ ବର୍ଷ ଜାନୁଆରୀ ପହିଲାରୁ ଏହି ବୃଦ୍ଧି ପିଛିଲା ଭାବେ ଲାଗୁ ହେବ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ କୋଟି କୋଟି କର୍ମଚାରୀ ଓ ପେନସନଧାରୀଙ୍କୁ ଫାଇଦା ମିଳିବ।