Odisha Link
Bridging the Missing Links in Odisha

ରାମନବମୀ ପାଇଁ ସମ୍ବଲପୁର ପ୍ରଶାସନର ପ୍ରସ୍ତୁତି, ମୁତୟନ ହେବେ କେନ୍ଦ୍ରୀୟ ଫୋର୍ସ

ଓଏଲ୍‌ ବ୍ୟୁରୋ: ଏପ୍ରିଲ ୬ ତାରିଖରେ ପାଳନ ହେବ ରାମନବମୀ। ହିନ୍ଦୁ ରାଷ୍ଟ୍ରରେ ଧୂମଧାମରେ ପ୍ରତିବର୍ଷ ପାଳିତ ହୁଏ ଏହି ଉତ୍ସବ। ଚଳିତବର୍ଷ ମଧ୍ୟ ବେଶ ଧୂମଧାମରେ ରାମନବମୀ ଓ ହନୁମାନ ଜୟନ୍ତୀ ପାଳନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି କ୍ରମରେ ସମ୍ବଲପୁରରେ ରାମନବମୀ ଓ ହନୁମାନ ଜୟନ୍ତୀ ପାଳନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ସୁରକ୍ଷା ଦୃଷ୍ଟିରୁ ସମ୍ବଲପୁରରେ ମୁତୟନ ହେବେ ବିଏସ୍‌ଏଫ୍।

ସମ୍ବଲପୁରରେ ମୁତୟନ ହେବେ କେନ୍ଦ୍ରୀୟ ଫୋର୍ସ। ରାମନବମୀ ଓ ହନୁମାନ ଜୟନ୍ତୀ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସମ୍ବଲପୁରରେ ମୁତୟନ ହେବେ ୨ କଂପାନୀ ବିଏସ୍‌ଏଫ୍ ଫୋର୍ସ। ୨ କଂପାନୀ ବିଏସ୍‌ଏଫ୍, ୧ କଂପାନୀ ରାପିଡ୍ ଆକ୍ସନ ଫୋର୍ସ ବି ମୁତୟନ ହେବେ। ଏଥିସହ ୧୨ ପ୍ଲାଟୁନ ପୁଲିସ ଫୋର୍ସ ବି ମୁତୟନ ହେବେ ବୋଲି ସମ୍ବଲପୁର ଏସ୍‌ପି ମୁକେଶ ଭାମୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.