ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: ବିଧାନସଭାରେ ପୁଣି ଦାବି କଲେ ବିଧାୟକ

ଓଏଲ୍ ବ୍ୟୁରୋ: ପୁଣି ଗୃହରେ ଉଠିଲା ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ଦାବି। ବିଜେଡି ଏହି ଦାବି ଉଠାଇବା ପରେ ଦଳମତ ନିର୍ବିଶେଷରେ ସବୁ ବିଧାୟକ ତାହାକୁ ସମର୍ଥନ କରିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗୃହରେ ଏହି ଦାବି ଉଠାଇଥିଲେ। ପୂର୍ବ କମିଟି ଦରମା ବୃଦ୍ଧି ନେଇ ଯାହା ସୁପାରିସ କରିଛି ତାହାକୁ କାର୍ଯ୍ୟକାରୀ କରାଯାଉ। ମେଡିକାଲ ଖର୍ଚ୍ଚ, ବଜାର ଦର ବୃଦ୍ଧି ପାଇଲାଣି। ତେଣୁ ବିଧାୟକଙ୍କ ଦରମା ବୃଦ୍ଧି ହେଉ। ୨୦୧୭ରେ ଶେଷ ଥର ପାଇଁ ବୃଦ୍ଧି ହୋଇଥିଲା।