Odisha Link
Bridging the Missing Links in Odisha

ଆସନ୍ତାକାଲି ଆଂଶିକ ସୂର୍ଯ୍ୟ ପରାଗ, ପରିବର୍ତ୍ତନ ହେବନି ଶ୍ରୀମନ୍ଦିର ନୀତିକାନ୍ତି

ଓଏଲ୍‌ ବ୍ୟୁରୋ: ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ମାର୍ଚ୍ଚ ୨୯ ତାରିଖରେ ଅର୍ଥାତ ଆସନ୍ତାକାଲି ସଂଘଟିତ ହେବ। ତେବେ ଏହା ଏକ ଆଂଶିକ ସୂର୍ଯ୍ୟପରାଗ, ଯେଉଁଥିରେ ଚନ୍ଦ୍ରର ଛାଇ ସୂର୍ଯ୍ୟର ମାତ୍ର କିଛି ଅଂଶକୁ ଢାଙ୍କିବ। ସାରା ବିଶ୍ୱର ବିଭିନ୍ନ ଅଞ୍ଚଳରେ ଏହି ନୈସର୍ଗିକ ଦୃଶ୍ୟ ଦେଖିବାକୁ ମିଳିବ। ଏହି ପରାଗ ଉତ୍ତର ଆମେରିକା, ଏସିଆ, ୟୁରୋପ, ଆଫ୍ରିକା ଓ ଆର୍କଟିକର କିଛି ଅଂଶରେ ଦେଖାଯିବ। ତେବେ ଉତ୍ତର ଆମେରିକାରେ ସୂର୍ଯ୍ୟୋଦୟ ସମୟରେ ସ୍ଫଷ୍ଟ ଦେଖାଯିବ। ଉତ୍ତର ଆମେରିକା, ଗ୍ରୀନଲ୍ୟାଣ୍ଡ, ଉତ୍ତରପଶ୍ଚିମ ରୁଷିଆରେ ଦୃଶ୍ୟମାନ ହେବ। ଭାରତୀୟ ସମୟ ଦିନ ୨ଟା ୨୦ରୁ ଆରମ୍ଭ ହେବ ଆଂଶିକ ସୂର୍ଯ୍ୟ ପରାଗ। ଅପରାହ୍ନ ୪ଟା ୧୭ ମିନିଟରେ ସର୍ବାଧିକ ୯୦ ପ୍ରତିଶତ ହେବ। ଏହି ଆଂଶିକ ସୂର୍ଯ୍ୟ ପରାଗ ଭାରତରୁ ଦୃଶ୍ୟମାନ ହେବ ନାହିଁ। ଶ୍ରୀମନ୍ଦିର ନୀତିକାନ୍ତିରେ ବି କୌଣସି ପରିବର୍ତ୍ତନ ହେବନି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.