ରାଜ୍ୟରେ କମୁଛି ଡ୍ରପଆଉଟ ହାର, ଗୃହରେ ଲିଖିତ ଉତ୍ତର ଦେଲେ ମନ୍ତ୍ରୀ..

ଓଏଲ୍ ବ୍ୟୁରୋ: ରାଜ୍ୟରେ କମୁଛି ଡ୍ରପଆଉଟ ହାର। ପ୍ରାଥମିକ ସ୍ତରରେ ଡ୍ରପଆଉଟ ହାର ଶୂନ ଥିବା ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଉଚ୍ଚ ପ୍ରାଥମିକ ସ୍ତରରେ ୨ ପ୍ରତିଶତ, ଉଚ୍ଚ ମାଧ୍ୟମିକ ସ୍ତରରେ ୧୨.୮ ପ୍ରତିଶତ ଡ୍ରପ ଆଉଟ ହାର ରହିଛି। ଜାତୀୟ ହାରଠୁ ରାଜ୍ୟର ଡ୍ରପ ଆଉଟ ହାର କମ ରହିଛି।
ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ସହିଦ ମାଧୋ ସିଂହ ଛାତ୍ରବୃତ୍ତି ଯୋଜନା ଆରମ୍ଭ କରିଛନ୍ତି। ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହିତ କରିବା ତଥା ଡ୍ରପଆଉଟ ସଂଖ୍ୟାକୁ କମାଇବା ଭଳି ମହତ ଉଦ୍ଦେଶ୍ୟ ରଖି ଏହି ଛାତ୍ରବୃତ୍ତି ଯୋଜନା ଆରମ୍ଭ କରିଛନ୍ତି। ନବମ ଓ ଦଶମରୁ ଉତ୍ତୀର୍ଣ୍ଣ ହୋଇ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପରେ ସେମାନଙ୍କ ପାଇଁ ଏକ ପ୍ରୋତ୍ସାହନ ରାଶି ଭାବେ ବାର୍ଷିକ ୫ ହଜାର ଟଙ୍କା ପ୍ରଦାନ କରାଯିବ।