ଅବକାରୀ ନୀତିର ଅବଧି ବୃଦ୍ଧି କଲେ ସରକାର

ଓଏଲ୍ ବ୍ୟୁରୋ: ଚଳିତ ଅବକାରୀ ନୀତିକୁ ୧ ମାସ ପାଇଁ ବୃଦ୍ଧି କରାଯାଇଛି। ଚଳିତ ଅବକାରୀ ନୀତିର ଅବଧି ଏପ୍ରିଲ ୩୦ ଯାଏଁ ବୃଦ୍ଧି ପାଇଛି। ନୂଆ ଅବକାରୀ ନୀତି ପାଇଁ ଚୂଡାନ୍ତ ପ୍ରସ୍ତୁତି ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ନୂଆ ନୀତି କାର୍ଯ୍ୟକ୍ଷମ ହେବ। ୨୦ରୁ ୨୫ ଦିନ ଭିତରେ ନୂଆ ଅବକାରୀ ନୀତି। ଅବଧି ବୃଦ୍ଧି ନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ନୂଆ ଅବକାରୀ ନୀତି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଯେଉଁଥିପାଇଁ ମାସେ ପୁରୁଣା ଅବକାରୀ ନୀତି ବୃଦ୍ଧି କରାଯାଇଛି।