ଏପ୍ରିଲ ୧ରୁ ନୂଆ ନିୟମ; ଏହିସବୁ ନମ୍ବରରେ କାମକରିବନି UPI

ଓଏଲ୍ ବ୍ୟୁରୋ: ବର୍ତ୍ତମାନ ଅନଲାଇନ ପେମେଣ୍ଟ ଏକ ସାଧାରଣ କଥା ହୋଇଗଲାଣି। ଦେଶର ଅଧିକାଂଶ ଲୋକ ବର୍ତ୍ତମାନ ୟୁପିଆଇ ମାଧ୍ୟମରେ ଟଙ୍କା ନେଣଦେଣ କରୁଛନ୍ତି। ଏହା ଆମ ଜୀବନକୁ ଅତି ସହଜ କରିଦେଇଛି କିନ୍ତୁ ସେହି ସମୟରେ ସାଇବର ଅପରାଧ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସାଇବର ଠକମାନେ ଅତି ସହଜରେ ଲୋକଙ୍କ ସହ ବ୍ୟାଙ୍କ ଠକେଇ ଏବଂ ଅପରାଧ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏପ୍ରିଲ ୧ରୁ ଏକ ନୂତନ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି।
ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ (ୟୁପିଆଇ)ର ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ୟୁଜର୍ସଙ୍କ ପାଇଁ ଖୁବଶୀଘ୍ର ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ପକ୍ଷରୁ ବ୍ୟାଙ୍କ ଓ ୟୁପିଆଇ ଆପ୍ସ ପାଇଁ ନୂଆ ଗାଇଡଲାଇନ୍ସ ଜାରି କରାଯାଇଛି, ଯାହାକି ଏପ୍ରିଲ ୧ରୁ ଲାଗୁ ହେବ। ୟୁପିଆଇ ଟ୍ରାଞ୍ଜାକସନକୁ ଅଧିକ ସୁରକ୍ଷିତ କରିବା ହେଉଛି ଏନପିସିଆଇର ଏହି ନୂଆ ଗାଇଡଲାଇନ ପଛର ଉଦ୍ଦେଶ୍ୟ। ଏହି ପରିବର୍ତ୍ତନ ଫଳରେ ବ୍ୟାଙ୍କ ଓ ୟୁପିଆଇ ପ୍ରଦାତ୍ତାଙ୍କୁ ପ୍ରତି ସପ୍ତାହରେ ୟୁପିଆଇର ମୋବାଇଲ ନମ୍ବରର ତଥ୍ୟ ଅପଡେଟ କରିବାକୁ ପଡ଼ିବ। ଯାହାଦ୍ବାରା କି ଭୁଲ ଟ୍ରାଞ୍ଜାକସନ ସହ ଜଡ଼ିତ ସମସ୍ୟାକୁ ରୋକାଯାଇ ପାରିବ।
ଜାଣନ୍ତୁ କେଉଁମାନେ ହେବେ ପ୍ରଭାବିତ..
୧. ଯେଉଁମାନେ ଏକ ନୂତନ ମୋବାଇଲ୍ ନମ୍ବରକୁ ସ୍ବିଚ୍ କରିଛନ୍ତି, କିନ୍ତୁ ସେମାନଙ୍କର ବ୍ୟାଙ୍କ ରେକର୍ଡ ଅପଡେଟ୍ କରିନାହାଁନ୍ତି।
୨. ଯେଉଁମାନେ ନିଷ୍କ୍ରିୟ କିମ୍ବା ପୁନଃ ପ୍ରଦାନ କରାଯାଇଥିବା ନମ୍ବର ସହିତ UPI ବ୍ୟବହାର ଜାରି ରଖିଛନ୍ତି।
୩. ଉପଭୋକ୍ତା ଯାହାର ମୋବାଇଲ୍ ନମ୍ବର କଲ୍, SMS କିମ୍ବା ବ୍ୟାଙ୍କିଙ୍ଗ୍ ସେବା ପାଇଁ ଏକ ବର୍ଦ୍ଧିତ ସମୟ ପାଇଁ ସକ୍ରିୟ ହୋଇନାହିଁ।